ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ

0

ଭୁବନେଶ୍ବର: ଦେଶର ସାମୁଦ୍ରିକ ସମ୍ପଦର ସ୍ଥାୟୀ ବ୍ୟବହାର ଏବଂ ମତ୍ସ୍ୟ କ୍ଷେତ୍ରର ବିକାଶକୁ ନୂଆ ଦିଗ ଦେବା ଲକ୍ଷ୍ୟରେ ଉପରାଷ୍ଟ୍ରପତି ସି. ପି. ରାଧାକୃଷ୍ଣନ ଗୁରୁବାର ଭୁବନେଶ୍ୱରରେ ଉଚ୍ଚ ସମୁଦ୍ରରେ ସ୍ଥାୟୀ ମତ୍ସ୍ୟ ଆହରଣ ପାଇଁ ‘ଲେଟର ଅଫ୍ ଅଥରାଇଜେସନ୍’ (ଏଲ୍‌ଓଏ) ପ୍ରଦାନର ଜାତୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ସେ ‘ଓଡ଼ିଶା ଗଭୀର ସମୁଦ୍ର ମତ୍ସ୍ୟ ମିଶନ’ ଦସ୍ତାବିଜର ଉନ୍ମୋଚନ କରିବା ସହ ଦେଶର ବିଭିନ୍ନ ଅଞ୍ଚଳର ୧୦ଟି ମାଛଚାଷୀ ଉତ୍ପାଦକ ସଂଗଠନ ଓ ମତ୍ସ୍ୟଜୀବୀଙ୍କୁ ଅନୁମତିପତ୍ର ପ୍ରଦାନ କରିଥିଲେ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଥିଲେ ଯେ, ଏହି ପଦକ୍ଷେପ ଭାରତର ସାମୁଦ୍ରିକ କ୍ଷେତ୍ରରେ ଏକ ନୂତନ ଅଧ୍ୟାୟର ଆରମ୍ଭ। ଏହା ଦ୍ୱାରା ଭାରତୀୟ ମତ୍ସ୍ୟଜୀବୀମାନେ ଉପକୂଳ ଅଞ୍ଚଳ ସୀମାବଦ୍ଧ ନ ରହି ଗଭୀର ସମୁଦ୍ରକୁ ଯାଇ ଟୁନା ଭଳି ଉଚ୍ଚମୂଲ୍ୟର ମାଛ ଆହରଣ କରିପାରିବେ। ସେ କହିଥିଲେ ଯେ, ଭାରତର ୧୧ ହଜାର କିଲୋମିଟରରୁ ଅଧିକ ସମୁଦ୍ରତଟ ଏବଂ ପ୍ରାୟ ୨୪ ଲକ୍ଷ ବର୍ଗ କିଲୋମିଟର ସ୍ୱତନ୍ତ୍ର ଆର୍ଥିକ କ୍ଷେତ୍ର ରହିଥିଲେ ମଧ୍ୟ ଏହାର ବିପୁଳ ସମ୍ଭାବନାର ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିନାହିଁ।

ସେ ସୂଚନା ଦେଇଥିଲେ ଯେ, ଭାରତ ବର୍ତ୍ତମାନ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମାଛ ଉତ୍ପାଦନକାରୀ ଦେଶ ଏବଂ ବିଶ୍ୱ ମାଛ ଉତ୍ପାଦନରେ ଦେଶର ଅବଦାନ ପ୍ରାୟ ୮ ପ୍ରତିଶତ। ମତ୍ସ୍ୟ କ୍ଷେତ୍ର ଉପରେ ପ୍ରାୟ ୩ କୋଟି ମତ୍ସ୍ୟଜୀବୀ ଓ ମାଛଚାଷୀଙ୍କ ଜୀବିକା ନିର୍ଭର କରୁଥିବା ବେଳେ ଗତ ଆର୍ଥିକ ବର୍ଷରେ ସାମୁଦ୍ରିକ ଖାଦ୍ୟ ରପ୍ତାନି ୭୩ ହଜାର କୋଟି ଟଙ୍କାରୁ ଅଧିକ ହୋଇଥିଲା। ନୂଆ କାର୍ଯ୍ୟକ୍ରମ ମାଧ୍ୟମରେ ରପ୍ତାନି ବୃଦ୍ଧି ସହ ମତ୍ସ୍ୟ ଆହରଣ, ପ୍ରକ୍ରିୟାକରଣ, ପରିବହନ, ଶୀତଳ ଭଣ୍ଡାରଣ ଓ ରପ୍ତାନି କ୍ଷେତ୍ରରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି ହେବ ବୋଲି ସେ ଆଶା ପ୍ରକାଶ କରିଥିଲେ।

ଏହି ଅବସରରେ ରାଜ୍ୟପାଳ ହରିବାବୁ କମ୍ଭମ୍ପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ, ଧର୍ମେନ୍ଦ୍ର ପ୍ରଧାନ, ପ୍ରଫେସର ଏସ୍‌. ପି. ସିଂହ ବାଘେଲ, ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଏବଂ ମତ୍ସ୍ୟ କ୍ଷେତ୍ରର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.