ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ

ଇଣ୍ଡୋନେସିଆରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ: ଇଣ୍ଡୋନେସିଆ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେହି ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ବିତାଙ୍ଗ ଆଦିପୂର୍ଣ୍ଣ’ ପ୍ରଦାନ କରାଯାଇଛି। ଜାକର୍ତ୍ତାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ଏହି ସମ୍ମାନ ପ୍ରଦାନ କରିଥିଲେ। ଦୁଇ ଦେଶ ମଧ୍ୟରେ କୂଟନୈତିକ ଓ ରଣନୈତିକ ସମ୍ପର୍କକୁ ସୁଦୃଢ଼ କରିବାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତର ପ୍ରଥମ ପର୍ଯ୍ୟାୟରେ ଜାକର୍ତ୍ତାରେ ତାଙ୍କୁ ରାଜକୀୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ମାନ ପ୍ରଦାନ ପରେ ଉଭୟ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇ ରାଜନୈତିକ, ଆର୍ଥିକ, ସାମୁଦ୍ରିକ ସୁରକ୍ଷା ଏବଂ ପ୍ରତିରକ୍ଷା ସହଯୋଗ ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।
ଏହି ବୈଠକର ସବୁଠାରୁ ବଡ଼ ସଫଳତା ଥିଲା ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଐତିହାସିକ ବୁଝାମଣା। ଏହା ଅନୁଯାୟୀ ଭାରତ ଇଣ୍ଡୋନେସିଆକୁ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଆଷ୍ଟ୍ରା ଏୟାର-ଟୁ-ଏୟାର କ୍ଷେପଣାସ୍ତ୍ର ପ୍ରଣାଳୀ ଯୋଗାଇବା ନେଇ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଭାରତ-ଇଣ୍ଡୋନେସିଆ ସାମରିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ସହ ହିନ୍ଦ ମହାସାଗର ଅଞ୍ଚଳରେ ରଣନୈତିକ ସହଭାଗିତାକୁ ନୂଆ ଦିଗ ଦେବ ବୋଲି ମନେ କରାଯାଉଛି।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଏହି ଚୁକ୍ତି ଇଣ୍ଡୋନେସିଆର ସାମୁଦ୍ରିକ ସୁରକ୍ଷା, ବାୟୁ ପ୍ରତିରକ୍ଷା ଓ ଦୀର୍ଘ ପାଲ୍ଲାର ଆକ୍ରମଣ କ୍ଷମତାକୁ ସୁଦୃଢ଼ କରିବ। ସେହିପରି ବିଶ୍ୱ ପ୍ରତିରକ୍ଷା ବଜାରରେ ଭାରତକୁ ଏକ ବିଶ୍ୱସନୀୟ ଓ ପ୍ରମୁଖ ପ୍ରତିରକ୍ଷା ସାମଗ୍ରୀ ଯୋଗାଣକାରୀ ଦେଶ ଭାବେ ଆହୁରି ସୁଦୃଢ଼ ସ୍ଥାନ ପ୍ରଦାନ କରିବ।
ଏହି ସମ୍ମାନ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦେଶରୁ ପ୍ରାପ୍ତ ଅନ୍ତର୍ଜାତୀୟ ସମ୍ମାନର ତାଲିକାରେ ଆଉ ଏକ ସମ୍ମାନ ଯୋଡ଼ିଛନ୍ତି। ଏହାକୁ ଭାରତ-ଇଣ୍ଡୋନେସିଆ ସମ୍ପର୍କର ଏକ ନୂଆ ଅଧ୍ୟାୟ ବୋଲି କୂଟନୈତିକ ମହଲରେ ଦେଖାଯାଉଛି।

Leave A Reply

Your email address will not be published.