ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା

0

ଛତିଶଗଡ଼: ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି ମାଓବାଦୀ। ମାଲକାନାଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାର ତରେମ ଥାନା ଅନ୍ତର୍ଗତବୁଦୁଗିଚେରୁ ଗ୍ରାମର କାରମ ରାଜୁ(୩୨) ଏବଂ ମାଡ଼ବି ମୁନ୍ନା(୨୭)ଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।
ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଉଭୟଙ୍କୁ ଘରୁ ଅପହରଣ କରି ପ୍ରଥମେ ଜଙ୍ଗଲକୁ ନେଇଯାଇଥିଲେ ମାଓବାଦୀ। ପୋଲିସକୁ ଲଗାତାର ସୂଚନା ଦେଉଥିବା ଅଭିଯୋଗରେ ପ୍ରଥମେ ଉଭୟଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏମାନଙ୍କ ପାଇଁ ମାଓବାଦୀ ସଂଗଠନର ବହୁ କ୍ଷତି ହୋଇଥିବା କହି ଦୁଇ ଗ୍ରାମବାସୀଙ୍କୁ ମତ୍ୟୁ ଦଣ୍ଡ ଦେଇଥିଲେ। ଦୁହିଁଙ୍କୁ ହତ୍ୟା କରି ଗ୍ରାମରେ ଆଣି ଫିଙ୍ଗି ଦେଇ ଚାଲି ଯାଇଥିଲେ ମାଓବାଦୀ। ଆଜି ସକାଳେ ପରିବାର ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

ସେପଟେ ଆଜି ଓଡିଶା ସୀମାନ୍ତ ଛଡିଶଗଡର କାଙ୍କେର ଏବଂ ନାରାୟଣପୁର ଜିଲ୍ଲାରେ ଗୁଳିବିନିମୟରେ ଜଣେ ହାର୍ଡକୋର ମାଓବାଦୀ ନିହତ ହୋଇଥିବା ନେଇ ସୂଚନା ମିଳିଛି। ଘଟଣାସ୍ଥଳରୁ ଗୋଟିଏ ଏସଏଲଆର ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛନ୍ତି ସୁରକ୍ଷାକର୍ମୀ।

Leave A Reply

Your email address will not be published.