ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ଟ୍ରାକ୍ଟର ଓଲଟି ୩ ଶ୍ରମିକଙ୍କ ମୃତ, ୪ ଗୁରୁତର

0

ଗୁଣୁପୁର: ରାୟଗଡ଼ା ଜିଲା ଗୁଣୁପୁର ଗୁଲୁମୁଣ୍ଡାପାକା ନିକଟରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଇଟା ବୋଝେଇ ଟ୍ରାକ୍ଟର ଓଲଟି ପଡି ୩ଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ବେଳେ ଗାଡ଼ି ଚାଳକଙ୍କ ସମେତ ୪ ଗୁରୁତର ଆହତ ହୋଇ ଗୁଣପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ, ଏକ ଟ୍ରାକ୍ଟର ଇଟା ବୋଝେଇ କରି ଶ୍ରମିକଙ୍କୁ ଧରି ଅନ୍‌ଲୋଡ ପାଇଁ ଯାଉଥିଲା। ହେଲେ ଗୁଲୁମୁଣ୍ଡାପାକା ନିକଟ ମୁଖ୍ୟ ରାସ୍ତାରେ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା। ଫଳରେ ଡ୍ରାଇଭରଙ୍କ ସହ ଶ୍ରମିକମାନେ ଟ୍ରାକ୍ଟର ତଳେ ଚାପି ହୋଇ ଯାଇଥିଲେ। ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଘଟଣାସ୍ଥଳରେ ୩ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଡି ଚାଳକଙ୍କ ସମେତ ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗୁଣପୁର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅନ୍ୟପକ୍ଷେ ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.