ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ରାଜ୍ୟର ୩୧୪ ବ୍ଲକରେ ହେବ ଷ୍ଟାଡିୟମ

0

ଭୁବନେଶ୍ବର: ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଷ୍ଟାଡିୟମ ନିର୍ମାଣ ନେଇ ଏକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଓଡ଼ିଶା କ୍ୟାବିନେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଏକ ଶୂନ୍ୟସ୍ଥାନରୁ ପୂରଣ କରିବା। ବିଶେଷକରି ଏହାଦ୍ବାରା ବ୍ଲକ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିବ।ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡିୟମ ୮-୧୦ ଏକର ଜମିରେ ନିର୍ମିତ ହେବ। ଏଥିରେ ଫୁଟବଲ୍/କ୍ରିକେଟ୍ ପଡ଼ିଆ, ଥ୍ରୋ ଏବଂ ଜମ୍ପିଂ ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍,ଖୋ ଖୋ, କବାଡି କୋର୍ଟ, ବ୍ୟାଡମିଣ୍ଟନ୍ ପାଇଁ ଇଣ୍ଡୋର ହଲ୍, ଟେବୁଲ୍ ଟେନିସ୍ ଭଳି ସାଧାରଣ ସୁବିଧା କେନ୍ଦ୍ର ରହିବ।

ସୂଚନା ଅନୁଯାୟୀ, ପର୍ଯ୍ୟାୟକ୍ରମେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୪,୧୨୪ କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ ଦେଇଛି।

Leave A Reply

Your email address will not be published.