ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ରାଜ୍ୟର ୩୧୪ ବ୍ଲକରେ ହେବ ଷ୍ଟାଡିୟମ

0

ଭୁବନେଶ୍ବର: ରାଜ୍ୟର ସମସ୍ତ ୩୧୪ ବ୍ଲକରେ ଷ୍ଟାଡିୟମ ନିର୍ମାଣ ନେଇ ଏକ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ଓଡ଼ିଶା କ୍ୟାବିନେଟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ହୋଇଛି।

ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଗ୍ରାମୀଣ କ୍ରୀଡ଼ା ଭିତ୍ତିଭୂମିରେ ଏକ ଶୂନ୍ୟସ୍ଥାନରୁ ପୂରଣ କରିବା। ବିଶେଷକରି ଏହାଦ୍ବାରା ବ୍ଲକ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରାଯାଇପାରିବ।ପ୍ରତ୍ୟେକ ବ୍ଲକସ୍ତରୀୟ ଷ୍ଟାଡିୟମ ୮-୧୦ ଏକର ଜମିରେ ନିର୍ମିତ ହେବ। ଏଥିରେ ଫୁଟବଲ୍/କ୍ରିକେଟ୍ ପଡ଼ିଆ, ଥ୍ରୋ ଏବଂ ଜମ୍ପିଂ ସହିତ ଆଥଲେଟିକ୍ ଟ୍ରାକ୍, ଭଲିବଲ୍,ଖୋ ଖୋ, କବାଡି କୋର୍ଟ, ବ୍ୟାଡମିଣ୍ଟନ୍ ପାଇଁ ଇଣ୍ଡୋର ହଲ୍, ଟେବୁଲ୍ ଟେନିସ୍ ଭଳି ସାଧାରଣ ସୁବିଧା କେନ୍ଦ୍ର ରହିବ।

ସୂଚନା ଅନୁଯାୟୀ, ପର୍ଯ୍ୟାୟକ୍ରମେ ବ୍ଲକସ୍ତରୀୟ ଷ୍ଟାଡିୟମ ନିର୍ମାଣ ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୪,୧୨୪ କୋଟି ଟଙ୍କା ବ୍ୟୟ ଅଟକଳକୁ କ୍ୟାବିନେଟ ଅନୁମୋଦନ ଦେଇଛି।

Leave A Reply

Your email address will not be published.