ପ୍ରମୁଖ ଖବର

ଭାରତର ୨ ମୋଷ୍ଟ ୱାଣ୍ଟେଡ ଅପରାଧୀ ଆମେରିକାରେ ଗିରଫ
ଧାମରା ବନ୍ଦରରେ ଅନୁପ୍ରବେଶକାରୀ ହେବେ ସାବାଡ୍, ଜଗିବ ସ୍ବତନ୍ତ୍ର ଡ୍ରୋନ୍
ବିଜେଡି ନେତା ମନୋଜ ମିଶ୍ରଙ୍କ ଘରେ ଆଇଟି ରେଡ୍
ଆସନ୍ତା ୧୩ରେ ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ୱର ଗସ୍ତ
ଆଣ୍ଡାମାନ ନିକୋବରରେ ଶକ୍ତିଶାଳୀ ଭୂମିକମ୍ପ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଆତିଶୀ ମାର୍ଲେନା

0

ନୁଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ ଆଦମୀ ପାର୍ଟିର ପରାଜୟ ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦରୁ ରବିବାର ଇସ୍ତଫା ଦେଇଛନ୍ତି ଆତିଶୀ ମାର୍ଲେନା। ରାଜଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ଇସ୍ତଫା ଦେଇଛନ୍ତି। ସେ ଉପରାଜ୍ୟପାଳଙ୍କୁ ଭେଟି ତାଙ୍କର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
ଅରବିନ୍ଦ କେଜ୍‌ରିଓ୍ବାଲ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ଗତବର୍ଷ ୨୧ ସେପ୍ଟେମ୍ବରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଆତିଶୀ ଶପଥ ନେଇଥିଲେ। ତାଙ୍କର କାର୍ଯ୍ୟକାଳ ସାଢ଼େ ୪ ମାସ ରହିଲା। ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ତାଙ୍କ ପୂର୍ବରୁ ଭାଜପାର ଦିବଂଗତ ନେତ୍ରୀ ସୁଷମା ସ୍ବରାଜ ଏବଂ ୧୫ ବର୍ଷ ଧରି ଦିଲ୍ଲୀରେ ଶାସନ କରିଆସିଥିବା କଂଗ୍ରେସର ଦିଗଂଗତ ନେତ୍ରୀ ଶୀଲା ଦୀକ୍ଷିତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଆତିଶୀ ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଶନିବାର ୭୦ ସିଟ୍‌ ମଧ୍ୟରୁ ଦିଲ୍ଲୀ ବିଧାନସଭାରେ ଭାଜପା ୪୮ଟି ସିଟ୍‌ ଦଖଲ କରିଥିଲା। ଆମ୍‌ ଆଦ୍‌ମୀ ପାର୍ଟିକୁ ୨୨ଟି ସିଟ୍‌ ମିଳିଥିଲା। କଂଗ୍ରେସ ଲଗାତର ତୃତୀୟ ଥର ପାଇଁ ତା’ର ଖାତା ଖୋଲିପାରିଲା ନାହିଁ।

ଦିଲ୍ଲୀରେ ଭାଜପା ବହୁତ ଭଲ ପ୍ରଦର୍ଶନ କରିଛି। ଏହା ମଧ୍ୟରେ କେଜ୍‌ରିଓ୍ବାଲ ଏବଂ ମନୀଷ ସିସୋଡିଆଙ୍କ ସହିତ ଆମ୍‌ ଆଦ୍‌ମୀ ପାର୍ଟିର କିଛି ବଡ଼ ନେତା ପରାଜୟ ଲାଭ କରିଛନ୍ତି। ଆତିଶୀଙ୍କ ବ୍ୟତୀତ ୩ ମନ୍ତ୍ରୀ ଗୋପାଳ ରାୟ, ମୁକେଶ ଅହଲ୍ୟାବତ ଏବଂ ଇମ୍ରାନ ହୁସେନ ବି ବିଜୟ ଲାଭ କରିଛନ୍ତି। ଆପ୍‌ର ପ୍ରମୁଖ ରଣନୀତିଜ୍ଞ ଆତିଶୀ ଭାଜପାର ରମେଶ ବିଧୂଡ଼ିଙ୍କୁ ୩,୫୨୧ ଖଣ୍ଡ ଭୋଟ୍‌ରେ ପରାଜୟ କରିଛନ୍ତି।

Leave A Reply

Your email address will not be published.