ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଟକିଲା ମ୍ୟାଚ୍

0

ଲିଭିଗଲା ଲାଇଟ୍‌,ବାରବାଟୀ ଅନ୍ଧାର, ପଡ଼ିଆରୁ ଚାଲିଗଲେ ଖେଳାଳି

କଟକ: ବାରବାଟୀରେ ଫ୍ଲଡ ଲାଇଟ୍ ବନ୍ଦ ଯୋଗୁଁ ଅଧାରେ ଅଟକିଲା ମ୍ୟାଚ୍। ଆଜି ଭାରତ-ଇଂଲଣ୍ଡ ଦ୍ବିତୀୟ ଦିନିକିଆମ୍ୟାଚ୍ ଚାଲିଥିବା ବେଳେ ବାରମ୍ବାର ବନ୍ଦ ହୋଇଯାଇଥିଲା ଫ୍ଲଡ ଲାଇଟ୍। ଫଳରେ ଅଧାରୁ ଅଟକିରହିଲା ମ୍ୟାଚ୍। ଫଳରେ ଖେଳ ସ୍ଥଗିତ ରହିଛି ଓ ଖେଳାଳିମାନେ ପାଭିଲିଅନକୁ ଫେରିଯାଇଛନ୍ତି।

ଦ୍ଵିତୀୟ ଇନିଂସ ଖେଳ ଆରମ୍ଭ ହେବାର ମାତ୍ର ୬ ଓଭର ଗୋଟିଏ ବଲ ପଡିଥିବା ବେଳେ ଏଭଳି ଘଟିଛି। ହଠାତ ଦିନ ଭଳି ଝଲସୁ ଥିବା ପଡିଆ ଭିତରେ କେହି କିଛି ବୁଝିବା ଆଗରୁ ଲାଇଟ ଧପ ଧପ ହୋଇଥିଲା ଓ ସମସ୍ତେ ଭାବିଥିଲେ ଯେ ହୁଏତ ବିଦ୍ୟୁତ ସରବରାହରେ କୌଣସି ସାମାନ୍ୟ ତ୍ରୁଟି କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଲାଇଟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ବ୍ୟାଟ୍ସମ୍ୟାନ ମଧ୍ୟ ବଲ ଦିଶୁନ ଥିବା ଅଭିଯୋଗ କରିଥିଲେ।

ରୋହିତ ଶର୍ମା ୨୯ ଓ ଶୁଭମନ ଗିଲ ୧୭ ରନ କରି ଖେଳୁଥିବା ବେଳେ ଫ୍ଲଡ ଲାଇଟ୍‌ରେ ସମସ୍ୟା ଦେଖା ଦେଇଥିଲା ଓ ପରେ ଜଣାପଡିଲା ଯେ କ୍ଲବ ଟାଓ୍ୱାର ଲାଇଟ୍‌ କାମ କରୁନାହିଁ। ଏଭଳି ଅଭାବନୀୟ ସ୍ଥିତି ବାରବାଟୀ ଓ ବିଶେଷ ଭାବେ ଓଡିଶା ପାଇଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି। ବହୁ ବର୍ଷ ପରେ ବାରବାଟୀରେ ଆନ୍ତର୍ଜାତିକ ଏକଦିବସୀୟ ଖେଳା ଯାଉଥିବା ବେଳେ ଏ ପ୍ରକାର ତ୍ରୁଟି ଯୋଗୁ ଆଗାମୀ ଦିନରେ ବାରବାଟୀରେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଳା ଯିବ କି ନାହିଁ ସେ ନେଇ ପ୍ରଶ୍ନ ଉଠିଛି। ଅନ୍ୟ ପକ୍ଷରେ ଏହି ତ୍ରୁଟି ପାଇଁ ଓଡିଶା କ୍ରିକେଟ ସଙ୍ଘ କୌଣସି ବିବୃତି ଦେଇ ନାହିଁ।

ଭାରତରର ବ୍ୟାଟିଂ ଜାରି ରହିଥିବା ବେଳେ ଏପରି ଅଘଟଣ ଯୋଗୁଁ ଦର୍ଶକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ରୋହିତ ଶର୍ମା ଓ ଶୁଭମନ ଗିଲ ବ୍ୟାଟିଂ କରୁଥିଲେ। ଏହି ସମୟରେ ଲିଭି ଯାଇଥିଲା ଫ୍ଲଡ ଲାଇଟ୍। ଟିମ ଇଣ୍ଡିଆ ୬ ଓଭର ଗୋଟିଏ ବଲରେ ୪୮ ରନ୍ କରିଥିଲା।

Leave A Reply

Your email address will not be published.