ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଦିଲ୍ଲୀ ରେଳଷ୍ଟେଶନରେ ଦଳାଚକଟା ୧୮ ମୃତ

0

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳଷ୍ଟେଶନରେ ୧୩-୧୪ ନମ୍ବର ପ୍ଲାଟଫର୍ମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନୂଆଦିଲ୍ଲୀ ରେଳଷ୍ଟେଶନରେ ଶନିବାର ରାତିରେ ମହାକୁମ୍ଭ ଯାତ୍ରୀଙ୍କ ପ୍ରବଳ ଭିଡ଼ରୁ ଦଳାଚକଟା ଘଟି ୧୮ ଜଣ ପ୍ରାଣ ହରାଇଛନ୍ତି। ୧୨ ଜଣ ଆହତ ହୋଇଛନ୍ତି। ଦିଲ୍ଲୀରୁ ପ୍ରୟାଗରାଜ ମହାକୁମ୍ଭକୁ ଯିବା ପାଇଁ ଥିବା ୨ଟି ସ୍ବତନ୍ତ୍ର ଟ୍ରେନ୍‌ ପହଞ୍ଚିବାରେ ବିଳମ୍ବ ହେବାରୁ ଷ୍ଟେଶନରେ ଭିଡ଼ ବଢ଼ିଥିଲା। ରାତି ପ୍ରାୟ ୧୦ଟା ବେଳେ ଟ୍ରେନ୍‌ ଧରିବା ପାଇଁ ୧୪ ଓ ୧୫ ନମ୍ବର ପ୍ଲାଟ୍‌ଫର୍ମରେ ହଜାର ହଜାର ଶ୍ରଦ୍ଧାଳୁ ଭିଡ଼ ଜମାଇଥିଲେ। ଗହଳି ଏବଂ ଠେଲାପେଲା ମଧ୍ୟରେ ଅନେକ ଯାତ୍ରୀ ତଳେ ପଡ଼ିଯାଇଥିଲେ। ସେମାନଙ୍କ ମଧ୍ୟରୁ ଆହତଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିବାବେଳେ ୧୫ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ମୋଦି ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ନୂଆଦିଲ୍ଲୀ ରେଳ ଷ୍ଟେଶନରେ ଦଳାଚକଟା ଯୋଗୁ ମୁଁ ମର୍ମାହତ। ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ ବୋଲି ମୁଁ ପ୍ରାର୍ଥନା କରୁଛି।

Leave A Reply

Your email address will not be published.