ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପୁଣି କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ

0

ଭୁବନେଶ୍ଵର: ପୁଣି କଂଗ୍ରେସକୁ ଫେରିଲେ ସୁରେଶ ରାଉତରାୟ। କଂଗ୍ରେସ ସର୍ବକ୍ଷମା ଆଣିବା ପରେ ଆଜି ମୁଣ୍ଡିଆ ମାରି, ନଡ଼ିଆ ଭାଙ୍ଗି, କଂଗ୍ରେସ ପତାକା ବେକରେ ପକାଇ ପୁଣି କମ୍ ବ୍ୟାକ୍‌ କରିଛନ୍ତି ସୁର। କଂଗ୍ରେସ ଭବନରେ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟ ବାପାକୁ ସ୍ୱାଗତ ଜଣାଇବା ସହ ପାଛୋଟି ନେଇଛନ୍ତି। ଏହି ସମୟରେ ଅନ୍ୟ କଂଗ୍ରେସ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ। କଂଗ୍ରେସ ଭବନରେ ପଶିବା ବେଳେ ଭାବ ବିହ୍ୱଳ ହୋଇ କାନ୍ଦି ପକାଇଥିଲେ ସୁର।

୫୦ ବର୍ଷ କଂଗ୍ରେସରେ ରହିବା ପରେ ସୁରଙ୍କୁ ବିଦା କରିଥିଲା ଦଳ। ହେଲେ କଂଗ୍ରେସ ପାଇଁ ସୁରଙ୍କ ଦରକାର ବୋଲି ଭକ୍ତ ଦାସ କହିବା ପରେ ସୁରଙ୍କ ମନ କୁଣ୍ଢେ ମୋଟ। ସିଧା କହିଛନ୍ତି କଂଗ୍ରେସ ଯାହା କହିବ ତାକୁ ମାନି ନେବି।
ସେ କହିଥିଲେ, ମୁଁ ମୋ ନିଜ ଘରକୁ ଆସଛି। ୯ମାସ ପରେ ମୋ ଘରକୁ ଫେରିଛି। ଏଥିପାଇଁ ମୁଁ ବହୁତ ଖୁସି। ରେଡି କଂଗ୍ରେସ, ଧନ୍ୟବାଦ ରାହୁଲ ଗାନ୍ଧି। ଅନ୍ୟାୟରେ ମୋତେ କାଢ଼ି ଦିଆଯାଇଥିଲା। ପୁଣି ମୋ ମନ୍ଦିରକୁ ଫେରିଛି।
ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ସମୟରେ ସାନ ପୁଅ ମନ୍ମଥ ବିଜେଡିରେ ଯୋଗ ଦେବା ଓ ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ଲଢିବା ଦିନଠୁ କଂଗ୍ରେସ ଏବଂ ସୁରଙ୍କ ମଧ୍ୟରେ ଅପଡ ହୋଇଥିଲା। ଦଳ ବିରୋଧୀ କାର୍ଯ୍ୟପାଇଁ ସୁରଙ୍କୁ ନିଲମ୍ବିତ କରିଥିଲା କଂଗ୍ରେସ। ବିଭିନ୍ନ ଫୋରମରେ ଦଳ ବିରୋଧୀ ମନ୍ତବ୍ୟ ପାଇଁ ୫୦ ବର୍ଷ ଧରି କଂଗ୍ରେସ ସହିତ ଜଡିତଥିବା ସୁରଙ୍କ ସହିତ ସମ୍ପର୍କ ତୁଟାଇ ଥିଲା ହାତ। କିଛିଦିନ ତଳେ କଂଗ୍ରେସ ଭକ୍ତ ଚରଣ ଦାସଙ୍କୁ ନୂଆ ପସିସି ସଭାପତି ଘୋଷଣା କରିଥିଲା। ପରେ ବଡ଼ ଘୋଷଣା କରିଥିଲେ ଭକ୍ତ ଚରଣ। ପୁଣି ଥରେ ପୁରୁଣା କଂଗ୍ରେସ ନେତା ଓ କର୍ମୀ ଦଳଙ୍କୁ ଫେରି ଆସନ୍ତୁ ଓ ଆମେ ସେମାନଙ୍କୁ ଦଳକୁ ସ୍ୱାଗତ କରିବୁ ବୋଲି ପ୍ରେସ ରିଲିଜ କାରି କରିଥିଲେ। ପୁତ୍ର ମୋହରେ ଯଦିଓ ସୁର କଂଗ୍ରେସ ନେତାଙ୍କ ବିରୋଧରେ ବୟାନ ଦେଇଥିଲେ କିନ୍ତୁ ପୁରୁଣା ଦଳ ପ୍ରତି ତାଙ୍କର ପ୍ରୀତି ଯାଇନାହି। ଯାହାକୁ ନେଇ ଏବେ ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି ସୁର ଜଣେ କଂଗ୍ରେସ ମ୍ୟାନ। ତାଙ୍କ ଭଳି ଲୋକ କଂଗ୍ରେସ ପାଇଁ ଦରକାର ଅଛି।

Leave A Reply

Your email address will not be published.