ପ୍ରମୁଖ ଖବର

ବିମାନରେ ପାୱାର ବ୍ୟାଙ୍କ ନେବା ମନା
ବିନା ଅନୁମୋଦନରେ ୟୁନିଟ୍ ନିର୍ମାଣ, ପାରାଦୀପ ଆଇଓସିଏଲ୍‌କୁ ସରକାରଙ୍କ ନୋଟିସ୍
ରେଳ କର୍ମଚାରୀଙ୍କୁ ୧୭,୯୫୧ ଟଙ୍କା ବୋନସ୍‌, କ୍ୟାବିନେଟ୍‌ର ମଞ୍ଜୁରି
୨୦୨୯ରେ ବିରୋଧୀଙ୍କ ପରାଜୟ ସୁନିଶ୍ଚିତ: ଅମିତ ଶାହା
ମମତା ବାନାର୍ଜୀଙ୍କୁ ଛୁରିରେ ଆକ୍ରମଣ ଉଦ୍ୟମ, ମହିଳା ଅଟକ
ବୋମା ଧମକ ପରେ ଜୟପୁରରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ
ବିହାରରେ ଡଙ୍ଗା ବୁଡ଼ି ଚାଲିଗଲା ୧୧ ଜୀବନ

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

0

ବାସୁଦେବପୁର: ବାସୁଦେବପୁର ଗୁଆଗାଁ ରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି। ବାସୁଦେବପୁର ବ୍ଲକ ଅଧିନସ୍ଥ ଗୁଆଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଯାଇଛି।ସେମାନେ ହେଲେ ଜ୍ୟୋତିର୍ମୟ ବେହେରା(୧୪) ଓ ରାଜେନ୍ଦ୍ର ବେହେରା(୧୬) ରବିବାର ପୂର୍ବାହ୍ନରେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇ ୨ ଜଣ ବୁଡ଼ି ଯାଇଛନ୍ତି।

ଆଜି ବାସୁଦେବପୁର ପୌରପାଳିକା ରାଧାବଲଭପୁର ଗାଁର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ପୁଅ ଜ୍ୟୋତିର୍ମୟ ଖେଳୁଥିବା ଅବସ୍ଥାରେ ଅସାବଧାନତା କାରଣରୁ ପୋଖରୀରେ ପଡିଯାଇଥିଲେ। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଉଭୟଙ୍କୁ ପୋଖରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.