ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୋଖରୀରେ ବୁଡି ଦୁଇ ନାବାଳକ ମୃତ

0

ବାସୁଦେବପୁର: ବାସୁଦେବପୁର ଗୁଆଗାଁ ରେ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଛି। ବାସୁଦେବପୁର ବ୍ଲକ ଅଧିନସ୍ଥ ଗୁଆଗାଁରେ ପୋଖରୀରେ ବୁଡ଼ି ଦୁଇ ନାବାଳକଙ୍କ ଜୀବନ ଯାଇଛି।ସେମାନେ ହେଲେ ଜ୍ୟୋତିର୍ମୟ ବେହେରା(୧୪) ଓ ରାଜେନ୍ଦ୍ର ବେହେରା(୧୬) ରବିବାର ପୂର୍ବାହ୍ନରେ ସାଙ୍ଗମାନଙ୍କ ସହ ପୋଖରୀକୁ ଗାଧୋଇବା ପାଇଁ ଯାଇ ୨ ଜଣ ବୁଡ଼ି ଯାଇଛନ୍ତି।

ଆଜି ବାସୁଦେବପୁର ପୌରପାଳିକା ରାଧାବଲଭପୁର ଗାଁର କାହ୍ନୁ ବେହେରାଙ୍କ ପୁଅ ରାଜେନ୍ଦ୍ର ଏବଂ ଅନ୍ୟ ଜଣେ ବ୍ୟକ୍ତିଙ୍କ ପୁଅ ଜ୍ୟୋତିର୍ମୟ ଖେଳୁଥିବା ଅବସ୍ଥାରେ ଅସାବଧାନତା କାରଣରୁ ପୋଖରୀରେ ପଡିଯାଇଥିଲେ। ଖବର ପାଇ ବାସୁଦେବପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ ଉଭୟଙ୍କୁ ପୋଖରୀରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ କରି ନିକଟସ୍ଥ ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

Leave A Reply

Your email address will not be published.