ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

କିଟ୍‌ରେ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପ୍ରେମିକ ଗିରଫ

0

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌ ) ବିଶ୍ୱବିଦ୍ୟାଳୟର ହଷ୍ଟେଲ କ୍ୟାମ୍ପସରେ ଜଣେ ବି.ଟେକ୍‌ ତୃତୀୟ ବର୍ଷର ଛାତ୍ରୀଙ୍କ ମୃତଦେହ ମିଳିବାର କିଛି ଘଣ୍ଟା ପରେ ପୋଲିସ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ମୃତ ଯୁବତୀଙ୍କ ବନ୍ଧୁ ଏବଂ ପରିଚିତମାନେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ପ୍ରେମିକ, ସେହି ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ଛାତ୍ର, ପୀଡ଼ିତାଙ୍କ ଉପରେ ତିନି ବର୍ଷର ସମ୍ପର୍କ ମଧ୍ୟରେ ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇଥିଲେ।

ଜଣେ ସହପାଠୀ ଅଭିଯୋଗ କରିଛନ୍ତି ଯେ, ନେପାଳର ମୃତ ପ୍ରକୃତି ଲମସାଲଙ୍କୁ ତାଙ୍କ ତିନି ବର୍ଷର ସମ୍ପର୍କ ମଧ୍ୟରେ ଅଦ୍ବିକ ଶ୍ରୀବାସ୍ତବ ନିରନ୍ତର ନିର୍ଯାତନା ଦେଉଥିଲେ। ଛାତ୍ରମାନଙ୍କ ଅଭିଯୋଗ ଆଧାରରେ, ଘଟଣାର ଅଧିକ ତଦନ୍ତ ଚାଲିଥିବା ବେଳେ ପୋଲିସ ଅଦ୍ବିକଙ୍କୁ ଗିରଫ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଅଦ୍ବିକଙ୍କ ସହ ତାଙ୍କର ବ୍ରେକ୍‌ଅପ୍‌ ପାଇଁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କ୍ୟାମ୍ପସ୍‌ ନିକଟରେ ସହପାଠୀମାନେ ଅବରୋଧ କରିଥିଲେ। ‘ଆମେ ନ୍ୟାୟ ଚାହୁଁଛୁ’ ସ୍ଲୋଗାନରେ ପ୍ରତିଧ୍ୱନିତ ହୋଇଥିଲା କିଟ୍‌ ପରିସର। ଏହା ପରେ ତ୍ୱରିତ ପଦକ୍ଷେପ ନେଇଥିଲା ପୋଲିସ। ମୃତଦେହ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ଏବଂ ତାଙ୍କ ପିତାମାତାଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.