ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ଶୃଙ୍ଖଳିତ ରଥଯାତ୍ରା ପାଇଁ ପୁରୀରେ ଲାଗିବ ଏଆଇ କ୍ୟାମେରା

0

ପୁରୀ: ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏଥର ରଥଯାତ୍ରା ପାଇଁ ପୁରୀରେ ଏଆଇ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଇଛି। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ପୁରୀ ଏସ୍‌ପି ବିନିତ ଅଗ୍ରୱାଲ ସୂଚନା ଦେଇଛନ୍ତି। ଏଆଇ କ୍ୟାମେରା ପୁରୀ ରଥଯାତ୍ରାରେ ହେଉଥିବା ଜନଗହଳି ଏବଂ ଟ୍ରାଫିକ ମ୍ୟାନେଜମେଣ୍ଟ ପାଇଁ ଲଗାଯିବ ବୋଲି ସେ କହିଛନ୍ତି। ଏପରିକି ପୁରୀକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ଏବଂ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ସେ ପ୍ରକାଶ କରିଛନ୍ତି।

ଏଥର ରଥଯାତ୍ରାରେ ସିସିଟିଭି ନଜରରେ ରହିବ ପୁରା ଶ୍ରୀକ୍ଷେତ୍ର। ଅତ୍ୟାଧୁନିକ ଏଆଇ କ୍ୟାମେରା ଦ୍ବାରା ଶ୍ରୀମନ୍ଦିର ଭିତରକୁ କେହି ଯଦି ବେଆଇନ ଭାବେ ମୋବାଇଲ ନେଉଛି ତା’କୁ ମଧ୍ୟ ଚିହ୍ନଟ କରିହେବ। ଏହି କ୍ୟାମେରା ଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅତ୍ୟାଧୁନିକ ଏଆଇ ଟେକ୍ନୋଲୋଜି ଥିବା କ୍ୟାମେରା ଲଗାଯିବା ଫଳରେ ଚୋରି ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଚାଲିଥିବା ସ୍ଥାନରେ ନଜର ରଖାଯିବା ସହ ଅପରାଧକୁ ରୋକିବାରେ ଏହା ସାହାଯ୍ୟ କରିବ।

Leave A Reply

Your email address will not be published.