ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ମହାକୁମ୍ଭ ବୁଲାଇବାକୁ ନେଇ ପତ୍ନୀଙ୍କୁ ହତ୍ୟା କଲେ ସ୍ୱାମୀ

0

ଉତ୍ତର ପ୍ରଦେଶ: ପରକୀୟା ପ୍ରୀତି ପାଇଁ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମହାକୁମ୍ଭକୁ ବୁଲାଇବାକୁ ନେଇ ହତ୍ୟା କରିଛନ୍ତି। ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଫେବ୍ରୁଆରୀ ୧୮ ତାରିଖ ରାତିରେ ଘଟିଛି ଏହି ଘଟଣା। ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରି ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାଁ ମୀନାକ୍ଷୀ।

ଦିଲ୍ଲୀର ଜଣେ ୪୮ ବର୍ଷୀୟ ବ୍ୟକ୍ତି ସାଙ୍ଗରେ ପତ୍ନୀଙ୍କୁ ଧରି ଗଙ୍ଗା ସ୍ନାନ ପାଇଁ ମହାକୁମ୍ଭ ଯାଇଥିଲେ। କିନ୍ତୁ ପରେ ଘରକୁ ଏକାକୀ ଫେରିବା ସହ ପତ୍ନୀ କୁମ୍ଭ ମେଳାରେ ହଜିଯାଇଥିବା ପରିବାର ଲୋକଙ୍କୁ କହିଥିଲେ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମହାକୁମ୍ଭ ସ୍ନାନର ଅନେକ ଭିଡିଓ ମଧ୍ୟ ଅପଲୋଡ୍ କରିଥିଲେ। ଏହାପରେ ତାଙ୍କ ପୁଅ ଅଶ୍ୱିନ ମା’ଙ୍କୁ ଖୋଜିବାକୁ ପ୍ରୟାଗରାଜ ଆସିଥିଲେ। ପୋଲିସ ସହ କଥାବାର୍ତ୍ତା ହେବା ପରେ ସତ ଘଟଣା ସାମ୍ନାକୁ ଆସିଥିଲା।

ମୃତ ମହିଳାଙ୍କ ନାଁ ମୀନାକ୍ଷୀ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତ ଜଣକ ଦିଲ୍ଲୀର ତ୍ରିଲୋକପୁରୀର ବାସିନ୍ଦା ଅଶୋକ କୁମାର। ଇଷ୍ଟ ଦିଲ୍ଲୀର ତ୍ରିଲୋକପୁରୀରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ଅଶୋକ କୁମାରଙ୍କର ଅନ୍ୟ ଜଣେ ମହିଳାଙ୍କ ସହିତ ସଂପର୍କ ଥିଲା। ସେହି ଅବୈଧ ସଂପର୍କକୁ ଜାରି ରଖିବାକୁ ସେ ପତ୍ନୀ ମୀନାକ୍ଷୀଙ୍କୁ ହତ୍ୟା କରିଥିବା କହିଥିଲେ। ମୀନାକ୍ଷୀଙ୍କୁ ହତ୍ୟା କରିବାକୁ ସେ ୩ ମାସ ହେଲାଣି ଯୋଜନା କରିଥିଲେ। ଶେଷରେ ସେ ପତ୍ନୀଙ୍କୁ କୁମ୍ଭମେଳାରେ ବୁଡ଼ ପକାଇବାକୁ ନେଇ ହତ୍ୟା କରିବାକୁ ଯୋଜନା କରିଥିଲେ। ଜେରା ବେଳେ ମୀନାକ୍ଷୀଙ୍କ ସ୍ୱାମୀ ଅଶୋକ କୁମାର ତାଙ୍କ ଦୋଷ ସ୍ୱୀକାର କରିଥିଲେ

ଗତ ୧୮ ତାରିଖରେ ସ୍ୱାମୀଙ୍କ ସହିତ ପ୍ରୟାଗରାଜରେ ପହଞ୍ଚିଥିଲା ମୀନାକ୍ଷୀ। ସେମାନେ ଝୁନସୀ ଥାନା ଅଞ୍ଚଳର ଆଜାଦ ନଗର କୋଲୋନୀରେ ଏକ ଗେଷ୍ଟ ହାଉସ୍‌ରେ ରହିଥିଲେ। ସେହିଦିନ ରାତିରେ ଗେଷ୍ଟ ହାଉସର ବାଥ୍‌ ରୁମ୍‌ରେ ମୀନାକ୍ଷୀଙ୍କୁ ହତ୍ୟା କରିଥିଲେ ଅଶୋକ। ସେ ମୀନାକ୍ଷୀଙ୍କ ତଣ୍ଟି କାଟି ଦେଇଥିଲେ ଓ ସେଠାରୁ ଫେରାର ହୋଇଯାଇଥିଲେ।

Leave A Reply

Your email address will not be published.