ପ୍ରମୁଖ ଖବର

କୋଟିପତି ଡେପୁଟି ରେଞ୍ଜର ଗିରଫ
ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ବାତିଲ୍ ଘଟଣାରେ; ବଦଳି ହେଲେ ୬ ଅଧିକାରୀ
ବିନା ସିସିଟିଭିରେ ଔଷଧ ବିକିପାରିବେନି ଦୋକାନୀ
ଏଫଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣା, ନିଲମ୍ବିତ ଅଧ୍ୟାପକଙ୍କ ଜେଲ୍ ଅବଧି ବୃଦ୍ଧି
ଲାଞ୍ଚ ଅଭିଯୋଗରେ ଡାକ୍ତରଙ୍କୁ ୫ ବର୍ଷ ଜେଲ

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଲେ ୨ କୃଷି ଅଧିକାରୀ

0

ନବରଙ୍ଗପୁର: ଲାଞ୍ଚ ନେଇ ଧରା ପଡିଲେ ନବରଙ୍ଗପୁର ୨ କୃଷି ଅଧିକାରୀ। ନବରଙ୍ଗପୁର ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଳନିଧି ସ୍କିମରେ ସବ୍‌ସିଡି କରାଇଦେବାକୁ ନେଇ ଜଣେ ଚାଷୀଙ୍କ ପାଖରୁ ୫ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ମାଡିବସିଥିଲା। ଧରାପଡିବା ପରେ ଉଭୟଙ୍କର ୫ ଟି ସ୍ଥାନରେ ଚାଲିଛି ଆୟ ବହିର୍ଭୂତ ସମ୍ପତ୍ତିର ଯାଞ୍ଚ।

ସୂଚନ ମୁତାବକ, ଜଳନିଧି ଯୋଜନାର ଜଣେ ହିତାଧିକାରୀ ତାଙ୍କ ଜମିରେ ବୋରୱେଲ ଖୋଲିବା ପାଇଁ ଆସିଥିବା ସବ୍‌ସିଡି ଟଙ୍କା ମାଗିଥିଲେ। ମାତ୍ର ହିତାଧିକାରୀଙ୍କୁ ସେହି ଟଙ୍କା ଦେବା ପାଇଁ ତାଙ୍କ ଠାରୁ ୫୦୦୦ ଟଙ୍କା ଲାଞ୍ଚ ମାଗିଥିଲେ ଆସିଷ୍ଟାଣ୍ଟ ଆଗ୍ରିକଲଚର୍‌ ଅଫିସର୍‌ ନୀଳକାନ୍ତ ପରିଡ଼ା ଏବଂ ବ୍ଲକ୍‌ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ରସିଂ ବୁନ୍ଦେଲ। ଏନେଇ ହିତାଧିକାରୀ ଜଣଙ୍କ ଭିଜିଲାନ୍ସ ଟିମ୍‌କୁ ଜଣାଇଥିଲେ। ଅଭିଯୋଗ ପରେ ଉକ୍ତ ଦୁଇ କୃଷି ଅଧିକାରୀଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା ଭିଜିଲାନ୍ସ। ଆଜି ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଟିମ୍‌ ଚଢାଉ କରି ଉଭୟଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହି ଚଢାଉ ପରେ ନୀଳକାନ୍ତ ପରିଡ଼ାଙ୍କ ୩ ଟି ସ୍ଥାନରେ ଏବଂ ସୁରେନ୍ଦ୍ରସିଂ ବୁନ୍ଦେଲଙ୍କ ୨ ଟି ସ୍ଥାନରେ ଏକକାଳୀନ ଚଢାଉ କରୁଛି ଭିଜିଲାନ୍ସ ଟିମ୍‌।

Leave A Reply

Your email address will not be published.