ପ୍ରମୁଖ ଖବର

କ୍ରସ୍‌ ଭୋଟିଂ ପରେ କଡ଼ା କାର୍ଯ୍ୟାନୁଷ୍ଠାନ: କଂଗ୍ରେସରୁ ନିଲମ୍ବିତ ହେଲେ ୩ ବିଧାୟକ
ହର୍ମୁଜ ଅତିକ୍ରମ କରି ଭାରତରେ ପହଞ୍ଚିଲା ‘ନନ୍ଦାଦେବୀ’ LPG ଜାହାଜ; ଓଡ଼ିଆ କ୍ୟାପଟେନଙ୍କ ସଫଳତା
୧୧ ଜିଲ୍ଲାରେ ୨୩ ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ
ପୁରୀ: ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ଛିଡିଗଲା ଯୁବକଙ୍କ ପାପୁଲି
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମାଆ ବି ପାଇବେ ମାଟର୍ନିଟୀ ଲିଭ୍
ଭୁବନେଶ୍ୱର ଗସ୍ତରେ ରାଜନାଥ ସିଂହ
୨୯୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଟିଏମସି

ରଥଯାତ୍ରା ପୂର୍ବରୁ ଶେଷ ହେବ ରତ୍ନଭଣ୍ଡାର ଗଣତିମଣତି

0

ଭୁବନେଶ୍ବର: ମାର୍ଚ୍ଚ ସୁଦ୍ଧା ଶେଷ ହୋଇପାରିବ ନାହିଁ ରତ୍ନଭଣ୍ଡାର ଗଣତିମଣତି। ମରାମତି ପାଇଁ ଆହୁରି ମାସେ ଦୁଇମାସେ ସମୟ ଲାଗିବ। ଏଥିପାଇଁ ଗଣତିମଣତି କାର୍ଯ୍ୟ ବିଳମ୍ବ ହେବ। ଏନେଇ ଆଜି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ।

ରଥଯାତ୍ରା ପୂର୍ବରୁ ଗଣତି ମଣତି ପ୍ରକ୍ରିୟା ଶେଷ କରିବୁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ପୁରା ଆକଳନ ଏ ପର୍ଯ୍ୟନ୍ତ ହୋଇପାରିନି। ମରାମତି ପାଇଁ ଆଉ ମାସେ କିମ୍ବା ଦୁଇ ମାସ ଲାଗିବ। ଏହାପରେ ଗଣତି ମଣତି ପ୍ରକ୍ରିୟା ଆରମ୍ଭ କରିପାରିବୁ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି। ଯେତିକି ଆକଳନ କରାଯାଇଥିଲା, ତାଠୁ ଅଧିକ ମରାମତି ଆବଶ୍ୟକ ରହିଛି।

ଏଥିସହିତ ମନ୍ଦିର ପ୍ରଶାସନ ଏଏସଆଇକୁ, ମରାମତି ପାଇଁ ସମୟ ଦେଉନଥିବାରୁ, ଏତେ ବିଳମ୍ବ ହେଉଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, ଏହା ଭୁଲ୍ କଥା। ମହାପ୍ରଭୁ ରୀତିନୀତି ସହିତ ମରାମତି ଚାଲୁଛି, ରୀତିନୀତି କାର୍ଯ୍ୟରୁ ଚାରିରୁ ପାଞ୍ଚ ଘଣ୍ଟା କଢ଼ାଯାଇ ମରାମତି ପାଇଁ ସମୟ ଦିଆଯାଉଛି। ପ୍ରଶାସନ ସମୟ ଦେଉନାହିଁ ଭୁଲ କଥା, ଏଏସଆଇର ସହମତିରେ କାମ ଚାଲିଛି।

Leave A Reply

Your email address will not be published.