ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ବାହାଘର ପ୍ରୋସେଶନ ବେଳେ ବରକୁ ହତ୍ୟା ପାଇଁ ସୁପାରୀ

0

ଦେଓଗାଁ: ବରକୁ ହତ୍ୟା ଯୋଜନା ବେଳେ ମାଡ଼ି ବସିଲେ ଗାଁ ଲୋକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବେଜୁରୀ ଗାଁରେ। ବାହାହେବାକୁ ଆସି ସାଂଘାତିକ ଷଡଯନ୍ତ୍ରର ହୋଇଥିଲେ ଶିକାର। ବଞ୍ଚିଗଲା ବରର ଜୀବନ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି ପହଞ୍ଚିଥିଲେ। ବରଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସମୟରେ ନିର୍ଧୂମ ଛେଚିଥିଲେ ଗାଁ ଲୋକେ। ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ।

ଅଟକ ଯୁବକମାନେ ଭୀମଡୁଙ୍ଗୁରି ଏବଂ କୁକୁରଖାଇ ଗାଁର ହୋଇଥିବା ଜଣାପଡ଼ିଛି। ପୋଲିସ ଯୁବକମାନଙ୍କଠାରୁ ମାରଣାସ୍ତ୍ର ସହିତ ଏକ ଦେଶୀ ପିସ୍ତଲ ଜବତ କରିଛି। ପୋଲିସ ଯୁବକମାନଙ୍କୁ ଥାନା ରଖି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଛି। ଉକ୍ତ ଘଟଣାରେ ମହଲେର ଜଣେ ସୁପାରି ଦେଇଥିବା ଅଭିଯୋଗକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି। ତେବେ କ’ଣ ପାଇଁ ଓ କିଏ ବରକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Leave A Reply

Your email address will not be published.