ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ମହିଳା ହୋମଗାର୍ଡଙ୍କୁ ପ୍ରତାରଣା ଘଟଣାରେ ଆଇଆଇସି ତପନ ନିଲମ୍ୱିତ

0

କୁଜଙ୍ଗ: ମହିଳା ହୋମଗାର୍ଡଙ୍କୁ ପ୍ରଥମେ ପ୍ରେମ ପରେ ପ୍ରତାରଣା କରିବା ଘଟଣାରେ ନିଲମ୍ୱିତ ହେଲେ କୁଜଙ୍ଗ ଆଇଆଇସି ତପନ ନାହାକ। ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ। ଏଥିସହା ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ବିଚାର ଚାଲିଛି।ପୁଲିସ ଡିଜି ତାଙ୍କୁ ନିଲମ୍ବିତ କରିଥିବା ବେଳେ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ପୂର୍ବରୁ ତପନ ଯେଉଁ ସବୁ ଥାନାରେ କାର୍ଯ୍ୟ କରିଛନ୍ତି, ସେଠାରେ ମଧ୍ୟ ଅନୈତିକ କାର୍ଯ୍ୟ ପାଇଁ ବିବାଦରେ ରହିଥିଲେ।

କୁଜଙ୍ଗ ଥାନାରେ ଚାଲିଥିଲା ଆଇଆଇସି ଓ ହୋମଗାର୍ଡଙ୍କ ପ୍ରେମଲୀଳା। ହେଲେ ଅଧିକ ଦିନ ଲୁଚି ରହିପାରିଲାନି। ୨ଟି ପିଲାର ବାପା କୁହାଯାଉଥିବା ସମ୍ପୃକ୍ତ ଆଇଆଇସି ତପନ ନାହାକ ଜଣଙ୍କ ମହିଳା ହୋମଗାର୍ଡଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ତେବେ ପୀଡିତା ହୋମଗାର୍ଡ ଜଣଙ୍କ ସଦର ଥାନାରେ ଏତଲା ଦେବା ପରେ ସମ୍ପୃକ୍ତ ଆଇଆଇସି ଜଣଙ୍କ ଲୁଚି ବାହାରକୁ ପଳାଇଯାଇଥିଲେ। ପରେ ପୁଲିସ ତାଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ କରିବା ପରେ ତାଙ୍କୁ ଗତକାଲି ଖୋର୍ଦ୍ଧା ନିକଟରୁ ଧରି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପଚରାଉଚୁରା କରିଥିଲା।

ତେବେ ପୀଡିତା ହୋମଗାର୍ଡ ଡାକ୍ତରୀ ମଇନା ପାଇଁ ମନା କରୁଥିବାରୁ, ତଦନ୍ତ କାର୍ଯ୍ୟ ସେତେଟା ଆଗେଇ ପାରୁନଥିଲା ବୋଲି କୁହାଯାଉଥିଲା। ଅନ୍ୟପକ୍ଷରେ ଏହି ଘଟଣା ପୁଲିସ ମହକୁମାରେ ଘଟିଥିବାରୁ ବୁଝାମଣା ଜରିଆରେ ସମାଧାନ ପାଇଁ କଲି ରାତି ତମାମ ଉଦ୍ୟମ ଚାଲିଥିଲା। କିନ୍ତୁ ଆପୋଷ ବୁଝାମଣା ନ ହୋଇପାରିବାରୁ ଆଜି କୁଜଙ୍ଗର ପୂର୍ବତନ ଆଇଆଇସିଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ସରକାରୀ ପାଦ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବାରୁ ତାଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.