ପ୍ରମୁଖ ଖବର

ଆଡ଼ପ ମଣ୍ଡପକୁ ବିଜେ କଲେ ଦାରୁବ୍ରହ୍ମ, ଆସନ୍ତାକାଲିଠାରୁ ମିଳିବ ଆଡ଼ପ ଅବଢ଼ା
ଅଭିଷେକ ବାନାର୍ଜୀଙ୍କ ଦଳୀୟ କାର୍ଯ୍ୟାଳୟ ଉପରେ ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ
ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌.ଡି. ଦେବଗୌଡାଙ୍କ ପତ୍ନୀ ଚେନ୍ନମ୍ମାଙ୍କ ପରଲୋକ
ଭାରତର ପ୍ରଥମ ଘରୋଇ କକ୍ଷପଥ ରକେଟ ‘ବିକ୍ରମ-୧’ର ସଫଳ ଉତକ୍ଷେପଣ
ଅହମ୍ମଦାବାଦର ବାଣ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତ ଓ ୧୫ରୁ ଅଧିକ ଆହତ
ଆୟୁଷ୍ମାନ କାର୍ଡରେ ସ୍ବତନ୍ତ୍ର ସୁବିଧା ପାଇବେ କ୍ୟାନସର ରୋଗୀ
କ୍ୟାନସର ଆରୋଗ୍ୟ ଯୋଜନାରେ ମିଳିବ ସୁବିଧା
ଆୟୁଷ୍ମାନ କାର୍ଡରେ ଯୋଡି ହେବ ନୂଆ ୧୨୧ଟି ପ୍ୟାକେଜ
ରାଜ୍ୟ ପାଣ୍ଠିରୁ ଖର୍ଚ୍ଚ ହେବ ଟଙ୍କା, ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା

ଜେଏମଏମ ସାଂସଦ ମହୁଆ ମାଝୀଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

0

ଝାଡ଼ଖଣ୍ଡ: ମହାକୁମ୍ଭରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା। ଝାଡ଼ଖଣ୍ଡର ଲାତେହାର ଜିଲାରେ ମହାକୁମ୍ଭରୁ ଫେରିବା ସମୟରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ରାଜ୍ୟସଭା ସାଂସଦ ମହୁଆ ମାଝୀଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। କାରଟି ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଟ୍ରକ୍‌ ସହ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସାଂସଦ ମହୁଆ ଆହତ ହୋଇଥିବା ଜଣାପଡ଼ିଛି। ପୁଲିସର ସୂଚନା ମୁତାବକ, ସାଂସଦଙ୍କ ବାମ ହାତର କଚଟି ହାଡ଼ ଭାଙ୍ଗି ଯାଇଛି ଓ ତାଙ୍କୁ ରାଞ୍ଚିର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାରେ ତାଙ୍କ କାର୍‌ରେ ଥିବା ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ସୂଚନା ମୁତାବକ, ଜେଏମଏମ୍ ସାଂସଦ ମହୁଆ ମହାକୁମ୍ଭରୁ ବୁଡ଼ପକାଇ ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ବୁଧବାର ଭୋର ୪ଟାରେ ଘଟିଛି। ତାଙ୍କ ସହ ତାଙ୍କ ପୁଅ ଏବଂ ବୋହୂ ମଧ୍ୟ ସାଙ୍ଗରେ ଥିଲେ। ଜାତୀୟ ରାଜପଥ-୩୯ର ଲାଟେହାରର ହୋଟୱାଗ୍ ଗାଁ ନିକଟରେ ରାସ୍ତା କଡ଼ରେ ଥିବା ଏକ ଟ୍ରକକୁ ପଛପଟୁ ଆସି ଧକ୍କା ଦେଇଥିଲା ମହୁଆଙ୍କ କାର୍। ଦୁର୍ଘଟଣାରେ ଗାଡ଼ିଟିର ସମ୍ମୁଖ ଭାଗଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ମହୁଆ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ପ୍ରାଥମିକ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ପଠାଯାଇଥିଲା, ପରେ ତାଙ୍କୁ ରାଞ୍ଚି ରାଜେନ୍ଦ୍ର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସକୁ ପଠାଯାଇଛି। ତାଙ୍କ ହାତରେ ଥିବା ଫ୍ରାକ୍ଚରର ଚିତ୍ର ସାମ୍ନାକୁ ଆସିଛି।

Leave A Reply

Your email address will not be published.