ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ଟଙ୍କା ଝାମ୍ପି ନେବାବେଳେ ନିସ୍ତୁକ ମାଡ ଖାଇଲେ ଲୁଟେରା

0

ବରଗଡ଼: ବରଗଡ଼ ସହରସ୍ଥିତ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସବିଆଇ) ମୁଖ୍ୟ ଶାଖା କାଉଣ୍ଟରରୁ ଶନିବାର ମଧ୍ୟାହ୍ନରେ ଲକ୍ଷାଧିକ ଟଙ୍କା ଲୁଟ୍ କରି ଚମ୍ପଟ୍ ମାରୁଥିବା ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଗୋଡାଇ ଧରିବାରେ ସକ୍ଷମ ହୋଇଛନ୍ତି।

ଜଣେ ଗ୍ରାହକ ପ୍ରାୟ ୭୭ ହଜାର ଟଙ୍କା ଜମା କରିବା ବେଳେ ଝାମ୍ପି ନେଉଥିଲେ ଲୁଟେରା। ଅଭିଯୁକ୍ତ ଜଣକ ଟଙ୍କା ଝାମ୍ପି ନେଇ ଫେରାର ବେଳେ ସେଠାରେ ଥିବା ଲୋକେ ଅଭିଯୁକ୍ତକୁ ମାଡି ବସିଥିଲେ। ସ୍ଥାନୀୟ ଲୋକେ ଲୁଟେରାକୁ ଧରି ନିସ୍ତୁକ ମାଡ ମାରି ପୁଲିସ ଜିମା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଅଭିଯୁକ୍ତ ଯୁବକଙ୍କ ପରିଚୟ ମିଳି ପାରି ନାହିଁ। ସ୍ଥାନୀୟ ଟାଉନ ଥାନା ପୋଲିସ ତାଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି। ତେବେ ଏଥିରେ ଆଉ କେହି ଅଭିଯୁକ୍ତ ସମ୍ପୃକ୍ତ ରହିଥିବା ଆଶଙ୍କା କରି ପୋଲିସ ଅଧିକ ଖୋଳତାଡ଼ କରୁଛି। ଗିରଫ ଅଭିଯୁକ୍ତ ରାଜ୍ୟ ବାହାର ଲୋକ ଏବଂ ସକ୍ରିୟ ରହିଥିବା ଲୁଟେରା ଗ୍ୟାଙ୍ଗର ଜଣେ ବୋଲି ଅନୁମାନ କରାଯାଉଛି।

Leave A Reply

Your email address will not be published.