ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ନୂଆ ପିସିସିଏଫ ଭାବେ ନିଯୁକ୍ତ ହେଲେ ସୁରେଶ ପନ୍ତ

0

ଭୁବନେଶ୍ବର: ପିସିସିଏଫର ନୂଆ ମୁଖ୍ୟ ହେଲେ ଆଏଫଏସ ସୁରେଶ ପନ୍ତ। ୧୯୯୦ ବ୍ୟାଚ୍‌ର ଆଇଏଫଏସ ସୁରେଶ ପନ୍ତଙ୍କୁ ନୂଆ ପିସିସିଏଫ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଆଇଏଫଏସ ସୁରେଶ ପନ୍ତ ହେଲେ ନୂଆ ପିସିସିଏଫ ମୁଖ୍ୟ। ୧୯୯୦ ବ୍ୟାଚର ଆଇଏଫଏସ ସୁରେଶ ପନ୍ତ ଓଡିଶା ଫରେଷ୍ଟ ଡେଭଲପମେଣ୍ଟ କର୍ପୋରେସନର ଏମଡି ଥିଲେ। ପୂର୍ବରୁ ପିସିସିଏଫ ଭାବେ ଦେବୀଦତ୍ତ ବିଶ୍ୱାଳଙ୍କ କାର୍ଯ୍ୟ କରୁଥିବା ବେଳେ ଏବେ ତାଙ୍କ ସ୍ଥାନରେ କାର୍ଯ୍ୟ କରିବେ ଆଇଏଫଏସ ଶ୍ରୀ ପନ୍ତ। ସେ ୨୦୨୧ ମସିହାରୁ ଓଡ଼ିଶା ବନ ଉନ୍ନୟନ ନିଗମ (ଓଏଫଡିସି) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି।

ତେବେ ଆଇଏଫଏସ ସୁରେଶ ପନ୍ତ, ଉତ୍ତରାଖଣ୍ଡର ବାସିନ୍ଦା। ପଦାର୍ଥ ବିଜ୍ଞାନରେ ଏମଏସସି ହାସଲ କରିଛନ୍ତି। ଓଏଫଡିସିରେ ଯୋଗଦାନ ପୂର୍ବରୁ, ସେ ନଭେମ୍ବର ୨୪, ୨୦୧୫ ରୁ ଜୁଲାଇ ୨୨, ୨୦୧୮ ପର୍ଯ୍ୟନ୍ତ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସର୍କଲର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ବା ଆରସିସିଏଫ ଭାବରେ କାର୍ଯ୍ୟ କରିଥିଲେ। ଏହାପରେ, ତାଙ୍କୁ ଜୁଲାଇ ୨୫, ୨୦୧୮ରେ ବ୍ରହ୍ମପୁର ସର୍କଲର ଆରସିସିଏଫ ଭାବରେ ନିଯୁକ୍ତି ଦିଆଯାଇଥିଲା।

Leave A Reply

Your email address will not be published.