ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ସହଦେବ ନାୟକ ହତ୍ୟା ମାମଲା: ଆଉ ଜଣେ ଅଭିଯୁକ୍ତ ଗିରଫ

0

ଭୁବନେଶ୍ବର: ବାଣୀବିହାର- ରସୁଲଗଡ଼ ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସୁଶେଇ ନାୟକ ଓରଫ ସୁଶାନ୍ତଙ୍କୁ ଗିରଫ କରିଛି। କଟକ ଜିଲ୍ଲା କାନପୁର ଥାନା ଅଞ୍ଚଳରୁ ମଞ୍ଚେଶ୍ଵର ଥାନା ପୁଲିସ୍ ସୁଶାନ୍ତକୁ ଗିରଫ କରିଛି। ସୁଶାନ୍ତ ସହଦେବଙ୍କୁ ହତ୍ୟା କରିବା ପରେ ନିଜ ଗାଡି ଛାଡି ଫେରାର୍ ହୋଇଯାଇଥିଲା। ଏହି ମାମଲାରେ ପୂର୍ବରୁ ୭ ଜଣ ଗିରଫ ହୋଇସାରିଛନ୍ତି। କିଛି ଦିନ ତଳେ ଏହି ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ରମା ନାୟକ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କରିଥିଲା। ସହଦେବ ହତ୍ୟାକାଣ୍ଡର ଲେଡି ମାଷ୍ଟରମାଇଣ୍ଡ ଥିଲା ରମା ନାୟକ।

ସୂଚନାଯୋଗ୍ୟ, ଜାନୁୟାରୀ ୮ ତାରିଖ ସକାଳ ସମୟରେ ରସୁଲଗଡ଼ କେଦାରପଲ୍ଲୀ ବସ୍ତିର ସହଦେବ ନାୟକ ଏକ ନାଲି ରଙ୍ଗର ଜୁପିଟର ସ୍କୁଟି ଯୋଗେ ଭିଏସ୍‌ଏସ୍‌ ନଗରରୁ ରସୁଲଗଡ଼ ପଟକୁ ଆସୁଥିବା ବେଳେ କିଛି ଯୁବକ ଦୁଇଟି ବାଇକ୍‌ରେ ଆସି ରସୁଲଗଡ-ବାଣୀବିହାର ଓଭରବ୍ରିଜ ଉପରେ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ। ଆଉ ଆକ୍ରମଣ ଏତେ ବିଭତ୍ସ ଥିଲା ଯେ, ତାଙ୍କ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ଏହି ହତ୍ୟାକାଣ୍ଡ ଘଟାଇବା ପରେ ଦୁର୍ବୃତ୍ତମାନେ ବାଇକ୍‌ ଯୋଗେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ।

ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ଏହା ପରେ ସ୍ପେଶାଲ ସ୍କ୍ୱାର୍ଡ ଚଢାଉ କରି ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ସେମାନଙ୍କୁ ପଚରାଉଚରା ପରେ ଘଟଣାରେ ସମ୍ପୃକ୍ତ ଆଉ ୨ ଜଣଙ୍କୁ ପୋଲିସ ଗିରଫ କରିଥିଲା। ସମସ୍ତ ଅଭିଯୁକ୍ତଙ୍କୁ ନେଇ ହତ୍ୟା ଘଟଣାର ପୋଲିସ ସିନ୍ ରିକ୍ରିଏସନ କରିଥିଲା। ଏହାର କିଛି ଦିନ ମଧ୍ୟରେ ଫେବୃୟାରୀ ୧୬ ତାରିଖରେ ଏହି ହତ୍ୟାକାଣ୍ଡ ପଛର ମୁଖ୍ୟ ମାଷ୍ଟରମାଇଣ୍ଡ କୁହାଯାଉଥିବା, ମହିଳା ଅଭିଯୁକ୍ତ ରମା ନାଏକ ମଞ୍ଚେଶ୍ୱରେ ଥାନାରେ ଆତ୍ମସମର୍ପଣ କରିଥିଲା। ସହଦେବ ନାୟକଙ୍କ ହତ୍ୟା ପଛରେ ରମା ନାୟକ ଷଡ଼ଯନ୍ତ୍ର ରଚିଥିଲା ବୋଲି ସହଦେବଙ୍କ ପତ୍ନୀ ଅଭିଯୋଗ କରିଥିଲେ।

Leave A Reply

Your email address will not be published.