ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ମୁମ୍ବାଇରୁ ଝାରସୁଗୁଡାକୁ ଆରମ୍ଭ ହେଲା ବିମାନ ସେବା

0

ଭୁବନେଶ୍ବର: ଝାରସୁଗୁଡାବାସୀଙ୍କ ପାଇଁ ଖୁସି ଖବର। ଆକାଶପଥରେ ଯୋଡ଼ି ହେଲା ଝାରସୁଗୁଡ଼ାରୁ ମୁମ୍ବାଇ।ବହୁ ପ୍ରତିକ୍ଷୀତ ଝାରସୁଗୁଡା- ମୁମ୍ବାଇ ମଧ୍ୟରେ ବିମାନ ସେବା ଆଜିଠୁ ଆରମ୍ଭ ହୋଇଯାଇଛି। ସପ୍ତାହକୁ ସବୁଦିନ ଏହି ବିମାନ ଚଳାଚଳ କରିବ।

ମୁମ୍ବାଇ ବିମାନବନ୍ଦରରୁ ଦିନ ୧୦ଟା ୫୫ରେ ଇଣ୍ଡିଗୋ ବିମାନ ଉଡ଼ାଣ ଭରି ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଅପରାହ୍ନ ୧ଟାରେ ପହଞ୍ଚିଛି। ସେହିପରି ଝାରସୁଗୁଡ଼ାରୁ ଅପରାହ୍ନ ୨ଟାରେ ପ୍ରତ୍ୟାବର୍ତ୍ତନ କରି ଅପରାହ୍ନ ୪ଟା ୧୫ରେ ମୁମ୍ବାଇରେ ପହଞ୍ଚିବ। ଇଣ୍ଡିଗୋର ଏୟାର ବସ୍-୩୨୦ ବିମାନ ଏହି ରୁଟ୍‌ରେ ଚଳାଚଳ କରିବ। ପ୍ରାୟ ୨୩୦ ଯାତ୍ରୀ ସୁବିଧାରେ ଯାତ୍ରା କରିପାରିବେ। ବିମାନସେବାକୁ ନେଇ ସମର ସିଡ୍ୟୁଲ୍ ପ୍ରକାଶ ପାଇ ନ ଥିବା ବେଳେ ଆଗକୁ ସମୟ ସାରଣୀରେ ପରିବର୍ତ୍ତନ ସମ୍ଭାବନା ରହିଛି। ପ୍ରଥମ ଦିନରେ ୧୮୦ ଜଣ ଯାତ୍ରୀ ବିମାନରେ ଯାତ୍ରା କରିଥିବା ବେଳେ ଝାରସୁଗୁଡା ୯୦ ଜଣ ଯାତ୍ରୀ ମୁମ୍ବାଇ ଯାଇଥିଲେ ଏବଂ ୯୦ ଜଣ ଯାତ୍ରୀ ମୁମ୍ବାଇରୁ ଝାରସୁଗୁଡାକୁ ଆସିଥିଲେ।

Leave A Reply

Your email address will not be published.