ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ଅଙ୍ଗନବାଡିରେ ମିଳୁଥିବା ଅଣ୍ଡା ଦାମ୍ ବୃଦ୍ଧି

0

ଭୁବନେଶ୍ବର: ବଢିଲା ଅଙ୍ଗନବାଡ଼ି ଅଣ୍ଡା ଦାମ। ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ଦାମ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି ହୋଇଛି। ଶିଶୁମାନଙ୍କ ପୋଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡାର ମୂଲ୍ୟ ୨ ଟଙ୍କା ବଢାଇଛନ୍ତି। ଏଥିପାଇଁ ସରକାର ବର୍ଷକୁ ଅତିରିକ୍ତ ୧୭୫ କୋଟି ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ। ଏହି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ରାଜ୍ୟ ସରକାର ଯେତିକି ମାତ୍ରାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଅଣ୍ଡା ଯୋଗାଉଥିଲେ ତାହା ସମସ୍ତଙ୍କ ପାଇଁ ଉପଯୁକ୍ତ ଭାବରେ ମିଳିପାରିନଥିଲା। କେବଳ ଗୋଟିଏ ଦିନ ହିଁ ଦିଆଯାଉଥିଲା ଅଣ୍ଡା। ବର୍ତ୍ତମାନ ସମୟରେ ୨ ଟଙ୍କା ବୃଦ୍ଧି କରାଯିବ ଫଳରେ ୫ ଦିନ ଅଣ୍ଡା ଯୋଗାଇ ଦିଆଯାଇପାରିବ ବୋଲି କହିଛନ୍ତି ଅଙ୍ଗନବାଡ଼ି କର୍ମୀ। ବଜାରରେ ଅଣ୍ଡା ଦର ବୃଦ୍ଧି ପାଇଁ ଅଙ୍ଗନବାଡ଼ି କର୍ମୀ ପିଲାଙ୍କୁ ପୁଷ୍ଟିସାର ଖାଦ୍ୟ ଅଣ୍ଡା ଦେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବଜାରରେ ଅଣ୍ଡା ଗୋଟେର ଦାମ୍‌ ୮ ଟଙ୍କା ଥିବାବେଳେ ସରକାର ଦେଉଥିଲେ ୫ଟଙ୍କା। ଏହି କାରଣରୁ ଅଙ୍ଗନବାଡ଼ି ପିଲାଙ୍କୁ ମାସକୁ ୨୦ ବଦଳରେ ମାତ୍ର ୧୫ଟି ଅଣ୍ଡା ମିଳୁଥିଲା। ଗର୍ଭବତୀ ଓ ପ୍ରସୂତୀଙ୍କୁ ମାସିକ ୧୨ଟି ଅଣ୍ଡା ଦେବା କଥା, ମାତ୍ର ଅଙ୍ଗନବାଡ଼ି ଦିଦି କେଉଁଠି ୮ଟା ଆଉ କେଉଁଠି ୯ଟି ଦେଉଥିବା ଅଭିଯୋଗ ହୋଇଥିଲା।

୨୦୧୮ ପରଠୁ ଆଉ ପିଲାଙ୍କ ପାଇଁ ଡାଏଟ ଚାର୍ଟରେ ସରକାର ସଂଶୋଧନ ହୋଇ ନ ଥିଲା। ସରକାର ଦେଉଥିବା ଅର୍ଥରେ ଆବଶ୍ୟକ ଅଣ୍ଡା ଦେବା ସମ୍ଭବ ହେଉନି ବୋଲି କର୍ମୀ ଅଭିଯୋଗ କରିଥିଲେ। କେବେକେବେ ନିଜ ହାତରୁ ବି ଟଙ୍କା ଦେବାକୁ ପଡ଼ୁଥିଲା। ତେଣୁ ଅଣ୍ଡାର ମୂଲ୍ୟ ବୃଦ୍ଧି ଲାଗି ଦୀର୍ଘ ଦିନ ହେଲା ଦାବି ହୋଇଆସୁଥିଲା। ଶେଷରେ ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ବୃଦ୍ଧି କରିଛନ୍ତି ସରକାର।

Leave A Reply

Your email address will not be published.