ଭୁବନେଶ୍ଵର: ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ। କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା। ଶିଶୁଟି ମାତ୍ର ଏକ ବର୍ଷର ହୋଇଥିବା ବେଳେ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ ହୋଇ ଯାଇଥଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୀର୍ଘଦିନର ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର। ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲା କୁନି ପୁଅ ଜନ୍ମେଶ। ନିଜ ଘରର ଛୋଟ ଛୁଆଟିକୁ ହରାଇ ପୁରା ପରିବାର ଧୈର୍ଯ୍ୟହରା ହୋଇ ପଡିଥିବା ବେଳେ ମୃତ ପୁଅର କିଡ୍ନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପୁରା ପରିବାର। ଜନ୍ମେଶଙ୍କ କିଡନୀ ଏବଂ ଲିଭରରେ ଏବେ ୨ଜଣଙ୍କ ଜୀବନ ବଞ୍ଚିଯାଇଛି। ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଥିବା ବେଳେ କିଡ୍ନୀ ଭୁବନେଶ୍ବର ଜଣେ ପିଲାଙ୍କ ଦେହରେ ଲାଗଛି। ଏସବୁ ଭିତରେ ମଧ୍ୟ କୁନି ପିଲାର ଏ ଦାନ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ପିଲାଟିର ମହତ୍ କାର୍ଯ୍ୟ ପାଇଁ ଶେଷକୃତ୍ୟବେଳେ ତାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।
ପ୍ରମୁଖ ଖବର
ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା