ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଫିଜିକାଲ ଟେଷ୍ଟ ବେଳେ ୨ ଆଶାୟୀଙ୍କ ମୃତ୍ୟୁ

0

୪ ଲକ୍ଷ ଅନୁକମ୍ପା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ସୁନ୍ଦରଗଡ଼: ଓଏସଏସସି ଶାରୀରିକ ପରୀକ୍ଷାରେ ଅଘଟଣ। ଦୌଡ଼ୁଥିବା ବେଳେ ଚାଲିଗଲା ୨ ଛାତ୍ରଙ୍କ ଜୀବନ। ଫିଜିକାଲ ଟେଷ୍ଟ ଦେଉଥିବା ବେଳେ ଚାଲିଗଲା ଦୁଇ ପରୀକ୍ଷାର୍ଥୀଙ୍କ ଜୀବନ। ଫରେଷ୍ଟ ଗାର୍ଡ, ଫରେଷ୍ଟର ଏବଂ ପ୍ରାଣୀଧନ ନୀରିକ୍ଷକ ପଦବୀ ପାଇଁ ଆଜି ଶାରୀରିକ ପରୀକ୍ଷା ଚାଲିଥିବା ବେଳେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡରେ ପ୍ରାଣ ହରାଇଥିବା ପରୀକ୍ଷାର୍ଥୀ ହେଲେ ପ୍ରବୀଣ ପଣ୍ଡା, ଘର ରାଉରକେଲାରେ। ଦୌଡିବା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ସେହିପରି କେନ୍ଦୁଝରରେ ମଧ୍ୟ ଜଣେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ହୋଇଥିବାର ସୂଚନା ମିଳିଛି।

ସୂଚନାଯୋଗ୍ୟ, ସୁନ୍ଦରଗଡ଼ ଜିଲାରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ଦ୍ୱାରା ପରିଚାଳିତ ଏକ ଶାରୀରିକ ପରୀକ୍ଷା ସମୟରେ ୨୫ କିଲୋମିଟର ଦୌଡ଼ରେ ଅଂଶଗ୍ରହଣ କରୁଥିବା ଜଣେ ଚାକିରି ଆଶାୟୀଙ୍କ ଜୀବନ ଚାଲିଯାଇଛି। ଫରେଷ୍ଟ ଗାର୍ଡ ଏବଂ ଫରେଷ୍ଟର ପଦବୀ ପାଇଁ ଆବେଦନ କରିଥିଲେ ପ୍ରବୀଣ। ଉକ୍ତ ପୋଷ୍ଟ ପାଇଁ ଆଜି ଫିଜିକାଲ୍ ଟେଷ୍ଟ ଥିଲା। ଭବାନୀପୁରରୁ ବାରଗାଡ ୨୫ କିଲୋମିଟର ଦୌଡ଼ରେ ପ୍ରବୀଣ ଭାଗ ନେଇଥିଲେ। ଦୌଡୁଥିବା ବେଳେ ସଦର ଥାନା କିରେଇ ନିକଟରେ ଅଚାନକ ଅଚେତ ହୋଇପଡ଼ିଥିଲେ ପ୍ରବୀଣ। ତୁରନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ଫିଜିକାଲ ଟେଷ୍ଟ ଦେଉଥିବାବେଳେ ବ୍ୟୋମକେଶ ନାୟକ ନାମକ ଜଣେ ପରୀକ୍ଷାର୍ଥୀ ଟଳି ପଡିଥିବା ଜଣାପଡିଛି। ଏହି ମୃତକଙ୍କ ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ ପରୀକ୍ଷାର୍ଥୀଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି।

Leave A Reply

Your email address will not be published.