ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ମଥ ରାଉତରାୟ

0

ଭୁବନେଶ୍ବର: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ନିଜ ପ୍ରଥମ ସ୍ତ୍ରୀଙ୍କ ବନ୍ଧୁଙ୍କ ହାତ ଧରିଛନ୍ତି ମନ୍ମଥ।

ତେବେ ନିଜ ପୁଅ ବିବାହ ସଂପର୍କରେ ଗଣ ମାଧ୍ୟମରେ ମୁହଁ ଖୋଲିଛନ୍ତି ସୁର। ସୁର କହିଛନ୍ତି, ମୋ ପୁଅର ଆରେଞ୍ଜ ମ୍ୟାରେଜ୍ ହୋଇଛି… କୌଣସି ପ୍ରେମ, ଫ୍ରେମ ନୁହେଁ। ପ୍ରଥମେ ନିର୍ବନ୍ଧ ହୋଇଥିଲା, ତା’ପରେ ମଙ୍ଗନ ଓ ପରେ ବିବାହ ହୋଇଥିଲା। ବିବାହରେ ମୋ ପରିବାର ଓ କୁଟୁମ୍ବ ଓ ବୋହୂ ଘର ପରିବାର ଉପସ୍ଥିତ ଥିଲେ। ମୁଁ ଓ ମୋ ସ୍ତ୍ରୀ ବିବାହରେ ଉପସ୍ଥିତ ଥିଲୁ।

ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର। ସେ ମୁମ୍ବାଇରେ ଚାକିରି କରନ୍ତି। ଉଭୟଙ୍କ ଚନ୍ଦକା ରିସର୍ଟରେ ବିବାହ ହୋଇଛି। ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ବିବାହରେ ସୁର ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ। ବିବାହ ସମୟରେ ଉପସ୍ଥିତ ମନ୍ମଥଙ୍କ ମା ମାଳତୀ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.