ପ୍ରମୁଖ ଖବର

ଦୁବାଇରୁ ସୁରକ୍ଷିତ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ
ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ, ୮୫ ସ୍ଥାନରେ ହେବ ଚେକିଂ
ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ
ମଧ୍ୟପ୍ରାଚ୍ୟରେ ଫସି ଥିବା ଓଡ଼ିଆଙ୍କ ପାଇଁ ଜାରି ହେଲା ହେଲ୍ପଲାଇନ ନମ୍ବର
କେନ୍ଦୁଝର ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନଙ୍କ ପରଲୋକ
ରାଜ୍ୟସଭା ନିର୍ବାଚନ, ପ୍ରାର୍ଥୀ ଘୋଷଣା କଲା ବିଜେପି

ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହେଲେ ମନ୍ମଥ ରାଉତରାୟ

0

ଭୁବନେଶ୍ବର: ଦ୍ୱିତୀୟଥର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ସୁର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସୋମବାର ରୋଜାଲିନ ପଟ୍ଟନାୟକଙ୍କୁ ମନ୍ମଥ ବିବାହ କରିଛନ୍ତି। ନିଜ ପ୍ରଥମ ସ୍ତ୍ରୀଙ୍କ ବନ୍ଧୁଙ୍କ ହାତ ଧରିଛନ୍ତି ମନ୍ମଥ।

ତେବେ ନିଜ ପୁଅ ବିବାହ ସଂପର୍କରେ ଗଣ ମାଧ୍ୟମରେ ମୁହଁ ଖୋଲିଛନ୍ତି ସୁର। ସୁର କହିଛନ୍ତି, ମୋ ପୁଅର ଆରେଞ୍ଜ ମ୍ୟାରେଜ୍ ହୋଇଛି… କୌଣସି ପ୍ରେମ, ଫ୍ରେମ ନୁହେଁ। ପ୍ରଥମେ ନିର୍ବନ୍ଧ ହୋଇଥିଲା, ତା’ପରେ ମଙ୍ଗନ ଓ ପରେ ବିବାହ ହୋଇଥିଲା। ବିବାହରେ ମୋ ପରିବାର ଓ କୁଟୁମ୍ବ ଓ ବୋହୂ ଘର ପରିବାର ଉପସ୍ଥିତ ଥିଲେ। ମୁଁ ଓ ମୋ ସ୍ତ୍ରୀ ବିବାହରେ ଉପସ୍ଥିତ ଥିଲୁ।

ରୋଜାଲିନ ପେଶାରେ ଜଣେ ବ୍ୟାଙ୍କର। ସେ ମୁମ୍ବାଇରେ ଚାକିରି କରନ୍ତି। ଉଭୟଙ୍କ ଚନ୍ଦକା ରିସର୍ଟରେ ବିବାହ ହୋଇଛି। ଉଭୟ ପରିବାରର ଲୋକଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି। ବିବାହରେ ସୁର ରାଉତରାୟ କିଛି ସମୟ ପାଇଁ ପାଇଁ ଉପସ୍ଥିତ ଥିଲେ। ବିବାହ ସମୟରେ ଉପସ୍ଥିତ ମନ୍ମଥଙ୍କ ମା ମାଳତୀ ରାଉତରାୟ ମଧ୍ୟ ଉପସ୍ଥିତ ଥିଲେ। ମନ୍ମଥଙ୍କ ଭିଣୋଇ ପ୍ରସାଦ ହରିଚନ୍ଦନ ବିବାହରେ ଯୋଗ ଦେଇଥିଲେ ।

Leave A Reply

Your email address will not be published.