ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଘରୁ ଡାକିନେଇ ବୃଦ୍ଧଙ୍କୁ ନୃଶଂସ ହତ୍ୟା କଲେ ମାଓବାଦୀ

0

ଛତିଶଗଡ଼: ଘରୁ ଡାକିନେଇ ବୃଦ୍ଧଙ୍କୁ ଗୁଳି କରିଦେଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟଣାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି। ମୃତକ ହେଲେ ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ସାନ ଶ୍ବଶୁର।

ପେଟାପାଡ଼ ଗାଁର କଲୁମୁ ହିଡ଼ମାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ ଗତକିଛି ଦିନ ତଳେ ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା।

ଅନ୍ୟପଟେ ଏହି ଦୁଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଉଥିବାରୁ ମାଓ ସଂଗଠନର ବହୁ କ୍ଷତି ହୋଇଥିବା ମାଓବାଦୀ ମାନେ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ମାଓବାଦୀ ସୂଚନା ଦେଇଥିଲେ।

Leave A Reply

Your email address will not be published.