ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ

0

ଭୁବନେଶ୍ବର: ରାଜ୍ୟରେ ଏପ୍ରିଲରୁ ଆରମ୍ଭ ହେବ ପାର୍ଟ ପ୍ଲଟ ପଞ୍ଜୀକରଣ। ଏନେଇ ରାଜସ୍ବ ବିଭାଗକୁ ନଗର ଉନ୍ନୟନ ବିଭାଗ ଡ୍ରାଫ୍ଟ ଦେଇଛି। ମାର୍ଚ୍ଚ ସୁଦ୍ଧା ବିଚାର ବିମର୍ଷ କରି ଏହାକୁ ଏପ୍ରିଲରୁ କାର୍ଯ୍ୟକାରୀ କରାଯିବ। ଏନେଇ ନିଷ୍ପତ୍ତି ହୋଇଥିବା ନେଇ ସୂଚନା ଦେଇଛନ୍ତି, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ଏନେଇ ମନ୍ତ୍ରୀ କହିଛନ୍ତି, ପାର୍ଟ ପ୍ଲଟ୍ ବିକ୍ରି ସମସ୍ୟା ଯୋଗୁଁ ରାଜସ୍ବ ହାନି ହେଉଛି। ଏଥିପାଇଁ କିପରି ପାର୍ଟ ବିକ୍ରି ହେବ ଓ କିପରି ନୂଆ ଗାଇଡଲାଇନ ହୋଇପାରିବ, ସେନେଇ ରାଜସ୍ବ ବିଭାଗ ତତ୍ପରତା ଦେଖାଇଛି। ଗାଇଡଲାଇନ ଫଳରେ ପ୍ଲଟିଂରେ ପ୍ଲଟ କରିଣୁଥିବା ଲୋକେ ରାସ୍ତା ଓ ଆନୁଷଙ୍ଗିକ ସୁବିଧା ମଧ୍ୟ ପାଇପାରିବେ। ଯାହା ପୂର୍ବରୁ ନଥିଲା ବୋଲି କହିଛନ୍ତି ମନ୍ତ୍ରୀ।

ଏଥିସହିତ ମନ୍ତ୍ରୀ ଏହା ବି କହିଛନ୍ତି, ଡ୍ରାଫ୍ଟକୁ ଅଧୟନ କରାଯିବ । ଆବଶ୍ୟକ ପଡିଲେ ଆଉ କିଛି ନିୟମାବଳି ଯୋଡ଼ାଯିବ। ରେରା ଓଡିଏ ମଧ୍ୟ ଏହି ଡ୍ରାଫ୍‌କୁ ତର୍ଜମା କରିବ। ମାର୍ଚ୍ଚ ମାସ ସୁଦ୍ଧା ସଂଶୋଧନ ଏବଂ ସ୍ପଷ୍ଟୀକରଣ ଯାହା ଆବଶ୍ୟକତା ଅଛି ନୋଟିଫିକେସନ ହେବ। ୫ହଜାର ସ୍କୋୟାର ଫୁଟ ପର୍ୟ୍ୟନ୍ତ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ନେଇ ମୋଡାଲିଟି ପ୍ରସ୍ତୁତ କରିବାକୁ ନଗର ଉନ୍ନୟନ ବିଭାଗକୁ ଡ୍ରାଫ୍ଟ ତିଆରି କରିବାକୁ କହିଥିଲା ରାଜସ୍ବ ବିଭାଗ।

Leave A Reply

Your email address will not be published.