ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ପୌଷ୍ୟ ସନ୍ତାନ ଯୋଜନା

0

ଭୁବନେଶ୍ବର: ଖୁବ୍‌ଶୀଘ୍ର ରାଜ୍ୟରେ କାର୍ଯ୍ୟକାରୀ ହେବ ପୌଷ୍ୟ ସନ୍ତାନ ଯୋଜନା। ଝାରସୁଗୁଡ଼ାରେ ଅନାଥ ଛୁଆଙ୍କ ଦାୟିତ୍ୱ ନେଇଛନ୍ତି ରାଜ୍ୟ ସରକାର। ଏନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ଖୁବଶୀଘ୍ର ରାଜ୍ୟରେ ପୌଷ୍ୟ ସନ୍ତାନ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି ।
ଏପ୍ରିଲ ପହିଲାରୁ ମାଗଣାରେ ଅନାଥ ଶିଶୁଙ୍କୁ ଶିକ୍ଷା ଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ସିଏସ୍‌ଆର ପାଣ୍ଠି ବିନିଯୋଗରେ ଏହି ମାଗଣା ଶିକ୍ଷାଦାନ କରାଯିବ। ଏନେଇ ଜଲାପାଳଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। କମିଟିରେ ଏମସିଏଲ କର୍ତ୍ତୃପକ୍ଷ, ମହିଳା ଓ ଶିଶୁ ବିକାଶ ଅଧିକାରୀଙ୍କ ସହ ଜିଲା ଶିକ୍ଷା ଅଧିକାରୀ ରହିବେ। ଏହାକୁ ନେଇ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯିବ ବୋଲି ମନ୍ତ୍ରୀ ପୂଜାରୀ କହିଛନ୍ତି।

Leave A Reply

Your email address will not be published.