ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

କୋଇଲା ଖଣିରେ ଛାତ ଭୁଶୁଡି ୩ ଶ୍ରମିକ ମୃତ

0

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ବୈତୁଲରେ ଥିବା କୋଇଲା ଖଣିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ୱେଷ୍ଟର୍ଣ୍ଣ କୋଲଫିଲ୍ଡସ୍ ଲିମିଟେଡର ଏକ ଖଣିରେ ସ୍ଲାବ୍ ଭୁଶୁଡ଼ି ପଡ଼ିବା ପରେ ଅନେକ ଶ୍ରମିକ ଫସି ଯାଇଥିଲେ। ଏହି ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଶ୍ରମିକ ଆହତ ହୋଇଥିବା ସୂଚନା ମିଳିଛି।

ଖଣି ମୁହାଣ ଭିତରେ ପ୍ରାୟ ୩.୫ କିଲୋମିଟର ଭିତରେ କଣ୍ଟୋର ଖଣି ସେକ୍ସନରେ ଶ୍ରମିକମାନେ କାମ କରୁଥିଲେ। ହଠାତ୍ ଛାତ ଭୁଶୁଡି ପଡିଥିଲା। ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ଡବ୍ଲୁସିଏଲ୍ ଜିଏମ୍ , ତହସିଲଦାର ଏବଂ ପୁଲିସ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଯାଇଥିଲେ। ଉଦ୍ଧାରକାରୀ ଦଳ ଏବେ ପର୍ଯ୍ୟନ୍ତ ୩ ଜଣ ଶ୍ରମିକଙ୍କର ମୃତଦେହ ଉଦ୍ଧାର କରିଛନ୍ତି।

ତେବେ କେଉଁ ପରିସ୍ଥିତିରେ ଏଭଳି ଅଘଟଣ ଘଟିଲା , ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନଥିବାବେଳେ ପୁଲିସ୍ ତଦନ୍ତ ଜାରି ରଖିଛି। ମୃତକଙ୍କ ମଧ୍ୟରେ ଦୁଇଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ଛତିଶଗଡ଼ର କୱାର୍ଦ୍ଧାର ବାସିନ୍ଦା ବୋଲି ଜଣାପଡିଛି।

Leave A Reply

Your email address will not be published.