ଭୁବନେଶ୍ବର: ଖରାଦିନେ ଉପଭୋକ୍ତା ବିଲ ଦେଇ ନ ପାରିଲେ ବି ବିଦ୍ୟୁତ କଟିବ ନାହିଁ। ବିଦ୍ୟୁତ ବିଲ୍କୁ ନେଇ ବଡ଼ ସୂଚନା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ଗ୍ରୀଷ୍ମପ୍ରବାହ ମୁକାବିଲା ପ୍ରସ୍ତୁତି ନେଇ ମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି। ଏଣିକି ଉପଭୋକ୍ତା ବିଲ ନ ଦେଇ ପାରିଲେ ଘରୁ ବିଦ୍ୟୁତ କଟିବନି।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ବିଲ ଦେଇ ନ ଥିବା ଉପଭୋକ୍ତାଙ୍କ ବିଦ୍ୟୁତ ନ କାଯିବାକୁ ନିର୍ଦେଶ ଦିଆଯାଇଛି। ଅଘୋଷିତ ବିଦ୍ୟୁତ କାଟ୍ ନ କରିବାକୁ ମଧ୍ୟ ନିର୍ଦେଶ ଦିଆଯାଇଛି। ଅଚଳ ନଳକୂପ ୪୮ ଘଣ୍ଟା ମଧ୍ୟରେ ମରାମତି ହେବ। ଗୃହପାଳିତ ଓ ବୁଲା ପଶୁପକ୍ଷୀଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯିବ ବୋଲି ଶ୍ରୀ ପୂଜାରୀ ପ୍ରକାଶ କରିଛନ୍ତି।
ପ୍ରମୁଖ ଖବର
ଅଟଳ ବସ୍ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ