ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

କାରରେ ଲାଗିଲା ନିଆଁ, ଡ୍ରାଇଭର ଜୀବନ୍ତ ଦଗ୍ଧ

0

ପାରାଦୀପ: ପାରାଦୀପ ଲକ୍ ଥାନା ନିକଟରେ ଅଘଟଣ। କାର୍‌ ସହ ଜଳିଗଲେ ଡ୍ରାଇଭର। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ହେଲେ କାର୍ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ହେଲେ ମୃତ କାର୍‌ ଡ୍ରାଇଭରର ପରିଚୟ ମିଳିନାହିଁ।

ଆଜି ସକାଳେ କାର୍‌ଟି ପାରାଦୀପ ସହର ଉପକଣ୍ଠ ହାତୀଟାଙ୍କି ନିକଟରେ ହୁତୁହୁତୁ ଜଳୁଥିଲା। ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ କୁଜଙ୍ଗ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା କାର୍‌ ଭିତରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ।

ଘଟଣାସ୍ଥଳରେ ଲକ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କାରଟି ହୋଣ୍ଡା i20 ବୋଲି ଜଣାପଡିଛି। କାରଟି କାହାର ଏବଂ କାରରେ ଥିବା ବ୍ୟକ୍ତି କିଏ ଓ ତାଙ୍କ ଘର କେଉଁଠି, ସେ କୁଆଡେ ଯାଉଥିଲେ, କିପରି କାର୍‌ରେ ନିଆଁ ଲାଗିଲା ତାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Leave A Reply

Your email address will not be published.