ପ୍ରମୁଖ ଖବର

ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଛତ୍ରପୁରର ପାରା ଫେନ୍ସର ଭି. ରମେଶ ରାଓ
ମୌସୁମୀ ଅଧିବେଶନରେ ୧୨ ବିଲ୍ ପାରିତ, ଉତ୍ପାଦକତା କମ୍
ମୋଦୀଙ୍କ ବିଦେଶନୀତିକୁ ମୋରିସନଙ୍କ ପ୍ରଶଂସା
ସଂସଦରେ ଓଲଟା ଚିତ୍ର: ଆଲୋଚନା ଚାହୁଁଛି ସରକାର
ପ୍ୟାକେଟ୍ ଖାଦ୍ୟରେ ଚେତାବନୀ ଲେବଲ୍ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ତାଗିଦ
ଡିଜିପି ନିଯୁକ୍ତିକୁ ସୁପ୍ରିମକୋର୍ଟଙ୍କ ରୋକ, ଅଗଷ୍ଟ ୧୮ ପର୍ଯ୍ୟନ୍ତ ଚୟନ ନକରିବାକୁ ନିର୍ଦ୍ଦେଶ
କ୍ଷୀର ଦର ବୃଦ୍ଧି ପରେ ମହଙ୍ଗା ହେଲା ଛେନା-ପନିର

ବିଧାନସଭାରେ ହଟିଲା ମୋବାଇଲ କଟକଣା

0

ଭୁବନେଶ୍ବର: ବିଧାନସଭାରେ ସାମ୍ବାଦିକଙ୍କ ଉପରେ ଲାଗିଥିବା ମୋବାଇଲ କଟକଣା ଇତିମଧ୍ୟରେ ହଟାଇ ଦିଆଯାଇଛି। ସାମ୍ବାଦିକମାନେ ଆନ୍ଦୋଳନ କରିବା ପରେ ସରକାର ଏହି ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି। ମୋବାଇଲ କଟକଣା ହଟିଥିବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୂଚନା ଦେଇ କହିଛନ୍ତି। କଟକଣା ଉଠିଥିଲେ ମଧ୍ୟ ମିଡିଆ ଗ୍ୟାଲେରୀରେ ଫଟୋଗ୍ରାଫି ଓ ଭିଡିଓ ରେକର୍ଡିଂ ମନା ହୋଇଛି।

ମଙ୍ଗଳବାର ଗୃହରେ ଜୟନାରାୟଣ ମିଶ୍ର ଓ ତାରା ବାହିନୀପତି ହାତାହାତି ହୋଇଥିଲେ। କାଲିର ଘଟଣା ପରେ ସାମ୍ବାଦିକଙ୍କୁ ମୋବାଇଲ ବାରଣ କରାଯାଇଥିଲା।ଗୃହରେ ବିଶୃଙ୍ଖଳିତ ଆଚରଣ ପାଇଁ କଂଗ୍ରେସ ନେତା ତାରା ବାହିନୀପତିଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି ସୁରମା ପାଢୀ। ବିଧାନସଭା ପ୍ରଶ୍ନୋତ୍ତର ଚାଲିଥିବା ବେଳେ ଦୁଇ ବିଧାୟକ ହାତାହାତି ହୋଇଥିଲେ। ଏନେଇ ତାରାଙ୍କୁ ୭ ଦିନ ପାଇଁ ଗୃହରୁ ସସପେଣ୍ଡ କରାଯାଇଛି।

ଗୃହରେ ଗତକାଲି ଘଟିଥିବା ଘଟଣାକୁ ସର୍ବସାଧାରଣରେ ପ୍ରକାଶ କରାଯାଇଥିବାରୁ ସାମ୍ବାଦିକମାନଙ୍କୁ ବିଧାନସଭା ପ୍ରେସ ଗ୍ୟାଲେରିରେ ମୋବାଇଲ ବ୍ୟବହାର ନେଇ ସରକାରଙ୍କ ପକ୍ଷରୁ ମୋବାଇଲ ବ୍ୟବହାର ପାଇଁ କଟକଣା ଲାଗୁ କରାଯାଇଥିଲା। ଏହାର ପ୍ରତିବାଦରେ ସାମ୍ବାଦିକମାନେ ବିଧାନସଭା ପରିସରରେ ଥିବା ଗାନ୍ଧୀମୂର୍ତ୍ତି ତଳେ ଧାରଣା ଦେଇଥିଲେ । ଅପରପକ୍ଷରେ ସାମ୍ବାଦିକଙ୍କ ଉପରେ ଲାଗୁ କରାଯାଇଥିବା କଟକଣାକୁ ହଟାଇବା ପାଇଁ ବାଚସ୍ପତିଙ୍କ ନିକଟରେ ଓଡ଼ିଶା ସାମ୍ବାଦିକ ସଂଘ ଦାବି କରିଥିଲା। ଗତକାଲି ଗୃହରେ ଘଟିଥିବା ଅଭାବନନୀୟ ଘଟଣା ପାଇଁ ପ୍ରେସ ଗ୍ୟାଲେରିରେ ସାମ୍ବାଦିକମାନଙ୍କ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି।

Leave A Reply

Your email address will not be published.