ପ୍ରମୁଖ ଖବର

କଟକ ମଙ୍ଗୁଳି ନିକଟରୁ ବିପୁଳ ପରିମାଣକର ବ୍ରାଉନସୁଗାର ଜବତ
ବାତ୍ୟା ମୋନ୍ଥା ପାଇଁ ଆସନ୍ତାକାଲି ନନ୍ଦନକାନନ ବନ୍ଦ
ଅମ୍ବାଲା ବାୟୁସେନା ଘାଟିରୁ ରାଫେଲ ଉଡ଼ାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ମଙ୍ଗଳବାର ରାତିରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିବ ବାତ୍ୟା ମୋନ୍ଥା
୮ମ ବେତନ କମିଶନକୁ ମିଳିଲା କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
ବାତ୍ୟା ‘ମୋନ୍ଥା’ର ପ୍ରଭାବ: ୫ ଜିଲ୍ଲା ରେଡ୍ ଓ ୬ ଜିଲ୍ଲା ଅରେଞ୍ଜ ଆଲର୍ଟ ଜାରି
ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ପିଟିଲେ ମହିଳା
ବାତ୍ୟା ଡ୍ୟୁଟି ବେଳେ ଯୋଗାଣ ସହାୟକଙ୍କ ମୃତ୍ୟୁ
ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ପରବର୍ତ୍ତି ମୁଖ୍ୟ ବିଚାରପତି

ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ

0

ଭୁବନେଶ୍ବର: ହୋଲି ପୂର୍ବରୁ ଆକ୍ସନ ମୋଡରେ ନୂଆ ଡିସିପି। ହୋଲି ପାଇଁ ଗାଇଡ୍‌ଲାଇନ୍‌ ଜାରି କଲା କମିଶନରେଟ୍‌ ପୋଲିସ। ମଦ ପିଇ ହୋଲି ଖେଳିଲେ ବନ୍ଧା ହେବେ ବୋଲି ପ୍ରେସ୍‌ମିଟ୍‌ କରି କହିଛନ୍ତି ଭୁବନେଶ୍ବର ଡିସିପି ଜଗମୋହନ ମୀନା।

ହୋଲି ଦିନ ସହରରେ ୨୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପ୍ରତ୍ୟେକ ଛକରେ ମୁତୟନ ହେବେ ପୋଲିସ ଟିମ। ମଦ୍ୟପାନ କରି କୌଣସି ନଦୀ, ପୋଖରୀରେ ଗାଧୋଇବା ଉପରେ ମଧ୍ୟ କଟକଣା ଲଗାଇଛି ପୋଲିସ। ସବୁ ଗାଧୁଆ ଘାଟରେ ପୋଲିସ ସହ ଅଗ୍ନିଶମ କର୍ମଚାରୀ ରହିବେ। ରାସ୍ତା ଉପରେ ହୋଲି ଖେଳି ଗହଳି କଲେ ମଦୁଆଙ୍କୁ ପିସିଆର ଉଠାଇ ନେବ। ଏଥିସହିତ କେମିକାଲ ରଙ୍ଗରେ ହୋଲି ନ ଖେଳି କେବଳ ହର୍ବାଲ ରଙ୍ଗରେ ହୋଲି ଖେଳିବାକୁ ଅନୁମତି ଦେଇଛି କମିଶନରେଟ୍‌ ପୋଲିସ।

ହୋଲି ପୂର୍ବରୁ ରାଜଧାନୀ ଉପକଣ୍ଠ ବିଭିନ୍ନ ଗ୍ରାମରେ ଦୋଳମେଳନ ଥିବାରୁ ଆଲର୍ଟ ରହିବାକୁ ସମସ୍ତ ଥାନାଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିସିପି । ଏହାସହ ଡ୍ରଙ୍କ ଆଣ୍ଡ ଡ୍ରାଇଭ ଉପରେ ରହିବ କଡା ନଜର । ସେପଟେ ନକଲି ମଦ କାରବାର ରୋକିବ ସ୍ପେଶାଲ ଡ୍ରାଇଭ । ନିଶା ବିକ୍ରିର ପ୍ରମାଣ ମିଳିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଜଗମୋହନ ମିନା । ହୋଲି ଦିନ ପାଣିରେ ବୁଡି ଦୁର୍ଘଟଣା ଘଟିବାର ଆଶଙ୍କା ଥିବାରୁ ଓଡ୍ରାଫ ଓ ଅଗ୍ନିଶମ ଟିମ ସହ ଆଲର୍ଟ ରହିବ କମିଶନରେଟ ପୋଲିସ । ହିଂସାତ୍ମକ ବାର୍ତ୍ତା ସୋସିଆଲ ମିଡିଆରେ ନଦେବାକୁ ପରାମର୍ଶ ଦେଇଛନ୍ତି ଭୁବନେଶ୍ୱର ଡିସିପି ।

Leave A Reply

Your email address will not be published.