ପ୍ରମୁଖ ଖବର

କାଲିଠୁ କ୍ଷୟକ୍ଷତି ଆକଳନ କରାଯିବ: ମନ୍ତ୍ରୀ
ଲାଞ୍ଚ ନେଇ ଧରାପଡ଼ିଲେ ସିଟି-ଜିଏସ୍‌ଟି ଅଧିକାରୀ
ଏସଆଇ ପରୀକ୍ଷା ଜାଲିଆତି: ଗିରଫ ୧୧୪ ପରୀକ୍ଷାର୍ଥୀଙ୍କୁ ମିଳିଲା ଜାମିନ
ଟ୍ରକ୍‌ ପଛରେ ପିଟି ହେଲା ବସ୍, ଡ୍ରାଇଭର ଓ ହେଲ୍‌ପର ମୃତ
ରାଫେଲରେ ଉଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଉରକେଲା-ରାଞ୍ଚି ସେକ୍ସନରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ
ଯୁକ୍ତ ୨ ଫର୍ମ ପୂରଣ ପାଇଁ ଘୁଞ୍ଚିଲା ତାରିଖ

ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ

0

ଭୁବନେଶ୍ବର: ପୂର୍ବ ଭଳି ରାସନ କାର୍ଡରେ ମିଳିବ ଗହମ। ଏନେଇ ଆଜି ବିଧାନସଭାରେ ପଟାଙ୍ଗୀର କଂଗ୍ରେସ ବିଧାୟକ ରାମ ଚନ୍ଦ୍ର କାଡାମଙ୍କ ଏକ ପ୍ରଶ୍ନ ରେ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଯୋଗାଣ ମନ୍ତ୍ରୀ କହିଛନ୍ତି ଯେ, ଖୁବଶୀଘ୍ର ରାଜ୍ୟବାସୀଙ୍କୁ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଇ ଦିଆଯିବ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, କେନ୍ଦ୍ର ସରକାର ୨୦୨୪ ଅକ୍ଟୋବର ମାସରୁ ଖାଉଟିମାନଙ୍କୁ ଉଭୟ ଚାଉଳ ଓ ଗହମ ଯୋଗାଇ ଦେବାପାଇଁ ଆବଣ୍ଟନ ପତ୍ର ଜାରି କରିଥିଲେ। ଭାରତୀୟ ଖାଦ୍ୟ ନିଗମରୁ ଗହମ ଉଠାଣ କରିବା ପାଇଁ ଆବଶ୍ୟକୀୟ ପରିବହନ ବ୍ୟବସ୍ଥା ସ୍ଥିରୀକୃତ ହୋଇ ନଥିବାରୁ କେନ୍ଦ୍ର ସରକାରଙ୍କୁ ଅବଗତ କରାଇ ଗହମର ବଣ୍ଟନ ପ୍ରକ୍ରିୟାକୁ ସ୍ଥଗିତ ରଖି ହିତାଧିକାରୀଙ୍କୁ ୧୦୦ ପ୍ରତିଶତ ଚାଉଳ ବଣ୍ଟନ କରାଯାଉଛି। କଂଗ୍ରେସ ବିଧାୟକ ଜାଣିବାକୁ ଚାହିଁଥିଲେ ଯେ, ପୂର୍ବ ସରକାରଙ୍କ ସମୟରେ ରାସନ କାର୍ଡ ମାଧ୍ୟମରେ ଗହମ ବଣ୍ଟନ ବନ୍ଦ କରି ଦିଆଯାଇଥିଲା। ବର୍ତ୍ତମାନର ସରକାର ପୁନଃ ରାସନ କାର୍ଡ ମାଧ୍ୟମରେ ଗହମ ଯୋଗାଣ କରିବେ କି ନାହିଁ ଆଉ ଯଦି କରିବେ କେବେ ବଣ୍ଟନ ହେବ।

ପୁଣିଥରେ କେନ୍ଦ୍ର ସରକାର ୨୦୨୫ ମାର୍ଚ୍ଚ ମାସଠାରୁ ଖାଉଟିମାନଙ୍କୁ ସମ୍ପୂର୍ଣ୍ଣ ଚାଉଳ ଯୋଗାଇ ଦେବା ପାଇଁ ଆବଣ୍ଟନ ପତ୍ର ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କଠାରୁ ପ୍ରାପ୍ତ ପରିବର୍ତ୍ତିତ ଆବଣ୍ଟନ ପତ୍ର ଆଧାରରେ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯିବ ବୋଲି ମନ୍ତ୍ରୀ ସୂଚନା ପ୍ରଦାନ କରିଛନ୍ତି।

Leave A Reply

Your email address will not be published.