ପ୍ରମୁଖ ଖବର

ଶିକ୍ଷକଙ୍କ ପାଇଁ ନୂଆ ସର୍ଭିସ୍‌ ରୁଲ୍‌, ୪.୨୦ ଲକ୍ଷ ଯୁବକଯୁବତୀଙ୍କୁ ମିଳିବ ଦକ୍ଷତା ତାଲିମ
ମଣିପୁରରେ ପୁଣି ରକ୍ତପାତ: କଟାମୁଣ୍ଡ ଫେରାଇବାକୁ ୪୮ ଘଣ୍ଟାର ମହଲତ
ଓଡ଼ିଶାରେ ଶିଳ୍ପାୟନକୁ ବଡ଼ ଗତି: ୩୯ ହଜାର କୋଟିରୁ ଅଧିକ ନିବେଶ
ରାଜଧାନୀରେ ପୋଖରୀରେ ବୁଡ଼ି ୧୭ ବର୍ଷୀୟ ନାବାଳକଙ୍କ ମୃତ୍ୟୁ
ଦୀପାବଳି ପର୍ଯ୍ୟନ୍ତ ଘୁଞ୍ଚିଲା ୟୁପିଆଇ ଚାର୍ଜ ଲାଗୁ ନିଷ୍ପତ୍ତି
ହସ୍ପିଟାଲରେ ଚିକିତ୍ସା ଖର୍ଚ୍ଚର ତାଲିକା ଲଗାଇବାକୁ ରାଜ୍ୟଗୁଡ଼ିକୁ କେନ୍ଦ୍ରର ନିର୍ଦ୍ଦେଶ
ବାଣଫୁଟା ନୁହେଁ, ପ୍ରଦୂଷଣମୁକ୍ତ ପର୍ବ ପାଳନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ

ବିଜେଡି ନେତା ରାଜା ଚକ୍ର ଗିରଫ

0

ଭୁବନେଶ୍ବର: ବିଜେଡି ନେତା ରାଜା ଚକ୍ର ଗୁରୁବାର ଗିରଫ। ରାଜା ଚକ୍ରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ। ଗନ୍ଧମାର୍ଦ୍ଦନ ଖଣି ଲୋଡିଂ ଏଜେନ୍ସି ଦୁର୍ନୀତି ମାମଲାରେ ତାଙ୍କୁ ଗିରଫ କରାଯାଇଛି। ଏ ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି କ୍ରାଇମ୍‌ବ୍ରାଞ୍ଚ ଡିଜି।
ରାଜା ଚକ୍ର ଗିରଫ ହେବା ପରେ କଳା ସାମ୍ରାଜ୍ୟର ଗୁମର ଖୋଲଛନ୍ତି କ୍ରାଇମବ୍ରାଞ୍ଚ ଡିଜି।

ପ୍ରେସ୍‌ମିଟ୍‌ରେ ଶହ ଶହ କୋଟିର ଦୁର୍ନୀତି ଚିଠା ଖୋଲିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ରାଜା ଚକ୍ରଙ୍କ ୪୨ଟି ବଡ଼ ଗାଡ଼ି ଜବତ କରାଯାଇଛି। କେନ୍ଦୁଝରରେ ଥିବା ୨ ପ୍ଲାଣ୍ଟ ସିଜ୍ କରାଯାଇଛି। ଆକାଉଣ୍ଟରେ ଥିବା ୨୫ ଲକ୍ଷ ଟଙ୍କା ଫ୍ରିଜ୍ କରାଯାଇଛି। ୨୦୧୭ରୁ ମାର୍ଚ୍ଚ ୨୦୨୪ ମଧ୍ୟରେ ୧୮୫ କୋଟି ଟଙ୍କା ଆୟ କରିଥିଲା ଏଜେନ୍ସି। ଏହା ଆୟଠାରୁ ଅଧିକ ବି ହୋଇପାରେ, ଅଡିଟ ହେଲେ ଆହୁରି ଗୁମର ଖୋଲିବ। ପାରିପାଶ୍ବିକ ବିକାଶ ପାଇଁ ୩୪ କୋଟି ଖର୍ଚ୍ଚ ହୋଇଥିବା ଦେଖାଇଥିବା ବେଳେ କୌଣସି କୈାଣସି ବିକାଶ ହୋଇନଥିବା ୨ ବିଡିଓ କହିଛନ୍ତି।

ମା କାଳୀ ନାମକ ଏକ ପେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପେମେଣ୍ଟ ହୋଇଥିବା ଜଣାପଡ଼ିଛି। ପଚାରିବାରୁ ଜଣାପଡିଲା ଜିଏମ୍‌ଆଇଏଲ୍‌ କୁ କୌଣସି ତେଲ ଦିଆଯାଇନି। ରାଜା ଚକ୍ରଙ୍କ ଗାଡିକୁ ଏସବୁ ତେଲ ଦିଆଯାଇଥିବା ତଦନ୍ତରୁ ଜଣାପଡିଛି। ସହାୟତା ନାଁରେ ୪ ବର୍ଷରେ ଗାଁ ଲୋକଙ୍କୁ ୩୩ କୋଟି ଟଙ୍କା ବଣ୍ଟା ହୋଇଛି। ଗାଁ ଲୋକଙ୍କ ସମର୍ଥନ ପାଇଁ ଏସବୁ ଟଙ୍କା ବଣ୍ଟାଯାଇଛି।

Leave A Reply

Your email address will not be published.