ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

କାଜୁବଗିଚାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସିଉଲାଗୁଡା ଗାଁରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ବେକରେ ଆତ୍ମହତ୍ୟା ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡ଼ିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଲିଆଗୁଡା ଗ୍ରାମର ଶନିବାରୀ ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତିରେ ଖାଇବା ପରେ ଗୋଟିଏ ବଖରାରେ ମାଆ ସହ ଶୋଇଥିଲେ। ତେବେ ମା’ ଶନିବାରୀ ଶୋଇ ପଡ଼ିବା ପରେ ରାତିରେ ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶେଷରେ ଗୁରୁବାର ସକାଳୁ ଦୁହେଁ ସିଉନାଗୁଡ଼ା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଝରିଗାଁ ପୋଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଝରିଗାଁ ଥାନା କେସ୍‌ ନମ୍ବର ୮/୨୦୨୫ ଏବଂ ୯ /୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଲିସ ଏଏସ୍‌ଆଇ ମମତା ସେଠୀ ଏବଂ ଏଏସ୍‌ଆଇ ବେଦବ୍ୟାସ ବାଞ୍ଜାରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.