ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

କାଜୁବଗିଚାରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ସିଉଲାଗୁଡା ଗାଁରୁ ଝୁଲନ୍ତା ଅବସ୍ଥାରେ ଯୁବକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଉଭୟ ବେକରେ ଆତ୍ମହତ୍ୟା ଓଢ଼ଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି।

ସୂଚନାନୁସାରେ ସିଉନାଗୁଡ଼ା ଗ୍ରାମର ଲକ୍ଷି ଗୌଡଙ୍କ ପୁଅ ଭଗବାନ ଗୌଡ଼(୧୯) ଗତ ବୁଧବାର ରାତିରେ ବାପାଙ୍କ ସହ ଖାଇବା ପରେ ଗୋଟିଏ ବଖରାରେ ଶୋଇଥିଲେ। ତେବେ ଲକ୍ଷି ଶୋଇ ପଡ଼ିବା ପରେ ପୁଅ ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା।ସେହିପରି ଭାଲିଆଗୁଡା ଗ୍ରାମର ଶନିବାରୀ ଭତ୍ରାଙ୍କ ଝିଅ ସବିତା ଭତ୍ରା(୨୧) ରାତିରେ ଖାଇବା ପରେ ଗୋଟିଏ ବଖରାରେ ମାଆ ସହ ଶୋଇଥିଲେ। ତେବେ ମା’ ଶନିବାରୀ ଶୋଇ ପଡ଼ିବା ପରେ ରାତିରେ ଝିଅ ସବିତା ଘରୁ ବାହାରି କେଉଁ ଆଡେ ଚାଲିଯାଇଥିଲା। ଉଭୟ ପରିବାର ରାତିରେ ଖୋଜାଖୋଜି କରିବା ପରେ ମଧ୍ୟ ପାଇ ନଥିଲେ। ଶେଷରେ ଗୁରୁବାର ସକାଳୁ ଦୁହେଁ ସିଉନାଗୁଡ଼ା ନିକଟସ୍ଥ କାଜୁ ବଗିଚାରେ ଆତ୍ମହତ୍ୟା କରିଥିବା କିଛି ଲୋକ ଦେଖିଥିଲେ। ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବା ସହ ଝରିଗାଁ ପୋଲିସକୁ ଖବର ଦେଇଥିଲେ। ଝରିଗାଁ ପୋଲିସ ଉଭୟ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ପରେ ଝରିଗାଁ ଥାନା କେସ୍‌ ନମ୍ବର ୮/୨୦୨୫ ଏବଂ ୯ /୨୦୨୫ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି l ପୋଲିସ ଏଏସ୍‌ଆଇ ମମତା ସେଠୀ ଏବଂ ଏଏସ୍‌ଆଇ ବେଦବ୍ୟାସ ବାଞ୍ଜାରା ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପଠାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.