ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ବେଆଇନ ବନ୍ଧୁକ କାରଖାନା ଠାବ, ୪ ଗିରଫ

0

କଟକ: କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି। ଗୁରୁବାର ଭୋର୍‌ରୁ କୋଲକାତା ଓ ଭୁବନେଶ୍ବର ଏସ୍‌ଟିଏଫ, ୪୨ ମୌଜା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ।
ବନ୍ଧୁକ ତିଆରି ପାଇଁ ବିହାରରୁ ଆସୁଥିଲା କଞ୍ଚାମାଲ। ଏନେଇ ସୂଚନା ପାଇବା ପରେ ଆଜି ବେଆଇନ ବନ୍ଧୁକ କାରଖାନା ଉପରେ ଚଢାଉ କରିଛି ଏସଟିଏଫ। ୩ ଜଣ ବିହାରୀ ମିସ୍ତ୍ରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ। ୩୦ରୁ ଅଧିକ ବନ୍ଧୁକ ଓ ଅନେକ ମେସିନ ଜବତ କରାଯାଇଥିବା କ୍ରାଇମବ୍ରାଞ୍ଚ ଏସଟିଏଫ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବେଆଇନ ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଉଠାଇ ନେଇଛି। ଏହି ଅଭିଯୁକ୍ତମାନେ ହେଲେ ବନ୍ଧୁକ କାରଖାନାର ଘର ମାଲିକ ତଥା ଧୂଳିଶ୍ୱର ଗ୍ରାମର ଶରତ ବେହେରା(୫୮), ବିହାର ମୁଙ୍ଗେରର ସମଶେର ଆଲମ( ଓ ମହମ୍ମଦ ଆବିଦ ହୁସେନ,ପଶ୍ଚିମ ବଙ୍ଗର ମହମ୍ମଦ ଆଜମ। ଏନେଇ ପଶ୍ଚିମବଙ୍ଗ ପୋଲିସ ମାମଲା ରୁଜ୍ଜୁ କରି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।

ଘଟଣାରୁ ପ୍ରକାଶ, ୨୦୨୪ରୁ ଏହି ତିନି ସନ୍ଦିଗ୍ଧ ଶରତଙ୍କ ଘରେ ଭଡ଼ାସୂତ୍ରରେ ରହିଥିଲେ। ସିଡୁଆ ନଦୀ ବନ୍ଧ ବାଟେ ଲେଦ ମେଶିନ ଓ ଅନ୍ୟ ଯନ୍ତ୍ରପାତି ବାହାରୁ ଆସି ମାଉଜର ଓ ଦେଶୀ ବନ୍ଧୁକ ତିଆରି କରାଯାଉଥିଲା। ପରେ ଏହାକୁ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟକୁ ରାତି ଅଧରେ ଚାଲାଣ କରାଯାଉଥିଲା ବୋଲି ୩ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛନ୍ତି।

Leave A Reply

Your email address will not be published.