ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଅନଲାଇନ ଗେମ ଖେଳି ଜୀବନ ହାରିଲେ ଛାତ୍ରୀ

0

ରାୟଗଡ଼ା: ରାୟଗଡ଼ା ଜିଲା ରାମନାଗୁଡ଼ା ଥାନା ଗଣପତିଗୁଡ଼ାରେ ଗୁରୁବାର ଏକ ଅଭାବନୀୟ ଘଟଣା ସାମ୍‌ନାକୁ ଆସିଛି। ଅନ୍‌ଲାଇନ ଗେମ୍‌ରେ ଟଙ୍କା ହରାଇ ଜଣେ ଦଶମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ମୃତ ଛାତ୍ରୀ ଜଣକ ହେଲେ ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଗଣପତୀଗୁଡାର ସାଇନା ସାହୁ। ଛାତ୍ରୀ ଜଣକ ବାଥରୁମରେ ବେକରେ ଚୁନି ଦେଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ସହ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ଶବକୁ ପୋଲିସ ଜବତ କରିବା ସହ ପୋଷ୍ଟମଟମ ପାଇଁ ଗୁଣୁପୁର ଉପଖଣ୍ଡସ୍ତରିୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି। ମୃତ ଛାତ୍ରୀ ଜଣକ ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଥିଲେ। କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ। ପରିବାର ଲୋକଙ୍କ ତାଗିତ ପରେ ବି ଛାତ୍ରୀ ନମାନି ଗେମ ଖେଳୁଥିଲେ। ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା। ଛାତ୍ରୀ ଜଣକ ଅନଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ। ଏହି ବିଷୟ ଛାତ୍ରୀଙ୍କ ଜେଜେମା ଓ ସମ୍ପର୍କୀୟ ତାଙ୍କୁ ବାରମ୍ବାର ତାଗିତ କରିଥିଲେ। ଶେଷରେ ବାଥରୁମରେ ମୋବାଇଲ ଦ୍ବାରା ଗୀତ ଲଗାଇ ବେକରେ ଓଢ଼ଣୀ ଦେଇ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ଜାଣି ତାଙ୍କ ସମ୍ପର୍କୀୟ ରାମନାଗୁଡ଼ା ଥାନାରେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.