ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକ ମୃତ

0

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ମୃତ ଯୁବକଙ୍କ ନାମ ପ୍ରତ୍ୟୁଷ ପାଢ଼ୀ(୨୨) ଓ ସେ ସହରର ବ୍ରାହ୍ମଣ ପଡ଼ାର ବୋଲି ଜଣାପଡିଛି।

ସୂଚନାନୁଯାୟୀ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେ ନଦୀରେ ଗଭୀର ଥିବା ସ୍ଥାନକୁ ଚାଲିଯାଇଥିଲା। ସେଠାରୁ ବାହାରକୁ ବାହାରି ନ ପାରି ବୁଡି ଯାଇଥିଲେ। ଖବର ପାଇ ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଏ ନେଇ ଜୁନାଗଡ଼ ଥାନାରେ କେସ୍‌ ନଂ ୫/୨୫ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Leave A Reply

Your email address will not be published.