ପ୍ରମୁଖ ଖବର

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ସିଏନଜି ମଧ୍ୟ ମହଙ୍ଗା
ଆମେରିକାର ଗୁଇନ୍ଦା ମୁଖ୍ୟ ପଦରୁ ତୁଳସୀ ଗାବାର୍ଡଙ୍କ ଇସ୍ତଫା
କେନ୍ଦ୍ର ସରକାରଙ୍କୁ ୨.୮୭ ଲକ୍ଷ କୋଟି ଲାଭାଂଶ ଦେବ ଆରବିଆଇ: ଯୁଦ୍ଧ ସଙ୍କଟ ମଧ୍ୟରେ ସରକାରଙ୍କୁ ବଡ଼ ଆଶ୍ୱାସନ
ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ହତ୍ୟା ଉଦ୍ୟମ
ଚୀନ୍ କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୯୦ ଶ୍ରମିକଙ୍କ ମୃତ୍ୟୁ; ଅନେକ ନିଖୋଜ
ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ

ଭୁବନେଶ୍ବରରେ ହେବ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟରର ଶାଖା

0

ଭୁବନେଶ୍ଵର: ଭୁବନେଶ୍ବରରେ ସ୍ଥାପନ ହେବ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ସେଣ୍ଟର ର ଶାଖା। ଏନେଇ ଭୁବନେଶ୍ବର ଏମପି ଅପରାଜିତା ଷଡ଼ଙ୍ଗୀ, କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତଙ୍କୁ ଗତ ୧୩ ମାର୍ଚ୍ଚରେ ନୂଆଦିଲ୍ଲୀରେ ସାକ୍ଷାତ କରିବା ଅବସରରେ ଏକ ଦାବି ସମ୍ବଳିତ ପତ୍ର ପ୍ରଦାନ କରିଛନ୍ତି।
ଏହି ଅବସରରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଗତ ୨୦୨୪ ସେପ୍ଟେମ୍ବର ୧୦ ତାରିଖରେ ବ୍ରାଞ୍ଚ ଅଫ୍ ନାସନାଲ୍ ଗ୍ୟାଲେରୀ ଅଫ୍ ମଡର୍ଣ୍ଣ ଆର୍ଟ (ଏନଜିଏମଏ) ଭୁବନେଶ୍ବରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ନିକଟରେ ପ୍ରଥମେ ପ୍ରସ୍ତାବ ରଖିଥିଲେ। ପୂର୍ବରୁ ୨୫ ସେପ୍ଟେମ୍ବର ୨୦୨୪ରେ ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀର ଏକ ଶାଖା ପ୍ରତିଷ୍ଠା ନେଇ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଶୀଘ୍ର ଏକ ଚିଠି ଲେଖି ଦାବି ଜଣାଇଥିଲେ। ଏହି ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାରେ ଖଣ୍ଡଗିରି, ଉଦୟଗିରି, ହାତୀ ଗୁମ୍ଫା, ଲିଙ୍ଗରାଜ ମନ୍ଦିର, ପୁରୀର ଶ୍ରୀ ଜଗନ୍ନଥ ମନ୍ଦିର, କୋଣାର୍କ ସୂର୍ଯ୍ୟମନ୍ଦିର ପରି ସ୍ଥାପତ୍ୟ ସ୍ଥାନ ଦେବାକୁ ପରାମର୍ଶ ରଖିଥିଲେ ଓଡ଼ିଶା ମୁଖ୍ୟମନ୍ତ୍ରୀ।
ସାରାଦେଶରେ ଭୁବନେଶ୍ବର ମନ୍ଦିର ମାଳିନୀ ନଗରୀ ଭାବେ ଖ୍ୟାତି ଅର୍ଜନ କରିଛି। ଆମର ପ୍ରାଚୀନ କୀର୍ତ୍ତିରାଜି ଓ ସମୃଦ୍ଧ ଐତିହ୍ୟ ସମ୍ପର୍କରେ ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକଙ୍କୁ ଅବଗତ କରିବାକୁ ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖାର ଆବଶ୍ୟକତା ବହୁଳ ଭାବରେ ଅନୁଭବ କରାଯାଉଥିବା ନେଇ ସାଂସଦ ଦାବିରେ ଉଲ୍ଲେଖ କରିଥିଲେ।
ଏପରିକି ରାଜ୍ୟର ଅନେକ ପ୍ରଖ୍ୟାତ କଳାକାରଙ୍କ କାରିଗରି ମଧ୍ୟ ଏଠାରେ ସ୍ଥାନ ପାଇପାରିବ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ। ଅପରପକ୍ଷ ଭୁବନେଶ୍ବରରେ ଏକ ଜାତୀୟ ସ୍ତରର ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ଶାଖା ପ୍ରତିଷ୍ଠା କରାଗଲେ ଏହା ଆମର ଆଗାମୀ ପୀଢିକୁ ଆମର ପ୍ରାଚୀନ ଐତିହ୍ୟ, ସଂସ୍କୃତି ସମ୍ପର୍କରେ ଶିକ୍ଷା ପ୍ରଦାନ କରିବାରେ ମାର୍ଗଦର୍ଶକ ହେବ ବୋଲି ପ୍ରସ୍ତାବରେ ଉଲ୍ଲେଖ କରିଛନ୍ତି ଭୁବନେଶ୍ବର ସାଂସଦ।

Leave A Reply

Your email address will not be published.