ପ୍ରମୁଖ ଖବର

ଓଡିଶା, ଗୁଜୁରାଟ, ସୌରାଷ୍ଟ୍ର, ପଶ୍ଚିମ ମଧ୍ୟପ୍ରଦେଶ, ମଧ୍ୟ ମହାରାଷ୍ଟ୍ର ଏବଂ କୋଙ୍କନ ଅତ୍ୟନ୍ତ ଭାରି ବର୍ଷା ସମ୍ଭାବନା
୨୦ସେମିରୁ ଅଧିକ ବର୍ଷା ସମ୍ଭାବନା ନେଇ ରେଡ ଓ୍ବାର୍ଣ୍ଣିଂ ଜାରି
ସକ୍ରିୟ ସ୍ପଷ୍ଟ-ଚିହ୍ନିତ ଲଘୁଚାପ କ୍ଷେତ୍ର ପ୍ରଭାବରେ କରାଯାଇଛି ବଡ଼ ବର୍ଷାର ପୂର୍ବାନୁମାନ
୮ ଯାଏଁ ବର୍ଷା: ୯ ଜିଲ୍ଲାକୁ ରେଡ୍‌ ଆଲର୍ଟ, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାକୁ ବିପଦ
ଓମ୍‌ସା ସହିତ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବୈଠକ ପରେ ନିଷ୍ପତ୍ତି; ଡାକ୍ତର ଆନ୍ଦୋଳନ ସ୍ଥଗିତ
ଭୁବନେଶ୍ୱର ବାଣୀବିହାର ଅଞ୍ଚଳରେ ଡ୍ରେନ୍‌ରେ ଭାସି ଯାଇ ଯୁବକ ନିଖୋଜ
ଚଳଚ୍ଚିତ୍ର ଓ ଓଟିଟି କଣ୍ଟେଣ୍ଟ ପାଇରେସି ଉପରେ କଟକଣା ଲଗାଇବାକୁ ଟେଲିଗ୍ରାମକୁ ନିର୍ଦ୍ଦେଶ
ମମତାଙ୍କୁ ଝଟକା: ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ତୃଣମୂଳର ରାଜ୍ୟ ସଭାପତି ପଦ ସମେତ ଦଳର ସମସ୍ତ ପଦବୀରୁ ଦେଲେ ଇସ୍ତଫା
ଅଧିକ ଦାମ ନେଲେ ଫାର୍ମା କମ୍ପାନୀଙ୍କ ବିରୋଧରେ କଡ଼ା ଆକ୍ସନ
ଥାନା କ୍ୱାର୍ଟର୍ସରୁ ମହିଳା ଆଇଆଇସିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସେ ଆତ୍ମହତ୍ୟା କରିଥିବା ସୂଚନା ମିଳୁଛି
ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି
ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଡିଏମକେ ବିଧାୟକ ଅନିତା ରାଧାକୃଷ୍ଣନ ଗିରଫ
ରାଜଧାନୀ ବୁଦ୍ଧବିହାର ରାସ୍ତାରେ ଗୋଷ୍ଠୀ ସଂଘର୍ଷ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ
୧୦ ଅଭିଯୁକ୍ତଙ୍କୁ ଗିରଫ କଲା କମିସନରେଟ୍ ପୁଲିସ
ଶୁକ୍ରବାର ରାତିରେ ଖଣ୍ଡା, ଭୁଜାଲି ବୁଲାଇବା ସହ ଟେକାପଥର ଫିଙ୍ଗାଫିଙ୍ଗି ହୋଇଥିଲେ
ରଥଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଡିଜିଙ୍କ ସ୍ଥିତି ସମୀକ୍ଷା
ଏଥର ମୁତୟନ ହେବେ ୧୨ହଜାର ପୁଲିସ
୩୦୦୦ ହୋମ୍‌ଗାର୍ଡଙ୍କୁ ମଧ୍ୟ ରଥଯାତ୍ରା ସମୟରେ ମୁତୟନ କରାଯିବ

ବିରଳ ଅସ୍ତ୍ରୋପଚାର ପ୍ରକ୍ରିୟା ସବୁ ସ୍ଥାନରେ ସମ୍ଭବ: ବିଶିଷ୍ଟ ରୋବୋଟିକ୍ ଅଙ୍କୋ ସର୍ଜନ୍‌

0

ଭୁବନେଶ୍ୱର, ମାର୍ଚ୍ଚ ୨୨: ଆଧୁନିକ ଅସ୍ତ୍ରୋପଚାର ପଦ୍ଧତିର ଉଦ୍‌ଭାବନ ଦ୍ୱାରା ବର୍ତମାନ ଛୋଟ ଛୋଟ ସହରରେ ମଧ୍ୟ ବିରଳ ଅସ୍ତ୍ରୋପଚାର ସମ୍ଭବପର ହୋଇପାରୁଛି। ଏହା ରୋଗୀମାନଙ୍କ ପାଇଁ ବେଶ ଆସ୍ୱସ୍ତିକର ବୋଲି କହିଛନ୍ତି ଭାରତର ପ୍ରଥମ ରୋବୋଟିକ୍ ଅଙ୍କୋସର୍ଜନ ଡକ୍ଟର ଶୈଲେଶ ପୁନ୍‌ଟାମ୍‌ବେକର।
କ୍ୟାନ୍ସର ରୋଗୀଙ୍କ ଚିକିତ୍ସା ନିମନ୍ତେ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପଦ୍ଧତିର ପ୍ରୟୋଗ କ୍ଷେତ୍ରରେ ସାରା ବିଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା ‘ପୁନେ ଟେକ୍ନିକ୍‌’ ଡାକ୍ତର ପୁନ୍‌ଟାମ୍‌ବେକରଙ୍କ ଦ୍ୱାରା ହିଁ ଆରମ୍ଭ କରାଯାଇଥିଲା। ଶନିବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗ ଦ୍ୱାରା ଆୟୋଜିତ ‘ଆଡ୍‌ଭାନ୍ସଡ ମିନିମାଲ୍ ଇନ୍‌ଭାସିଭ୍ ସର୍ଜରୀ’ କର୍ମଶାଳାରେ ଯୋଗ ଦେଇ ଏହି ବିଶିଷ୍ଟ ସର୍ଜନ କହିଥିଲେ ଯେ ନୂତନ ପ୍ରୟୋଗର ଉଦ୍ଭାବନ ହେତୁ ଏହି ପ୍ରକ୍ରିୟା ଏବେ ଯେ କୌଣସି ସ୍ଥାନରେ ମଧ୍ୟ ଉପଲବ୍ଧ ହୋଇପାରିବ।

ଏହି କର୍ମଶାଳାରେ ଡାକ୍ତର ପୁନ୍‌ଟାମ୍‌ବେକର ଦୁଇ ଜଣ ରୋଗୀଙ୍କ ଶରୀରରେ ଲାଇଭ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି କରି ଉପସ୍ଥିତ ଡାକ୍ତର ଓ ଛାତ୍ରଛାତ୍ରୀଙ୍କୁ ଏହି ପ୍ରକ୍ରିୟା ସମ୍ପର୍କରେ ଅଧିକ ତଥ୍ୟ ପ୍ରଦାନ କରିଥିଲେ। ୨୦୦୩ ମସିହାରେ ସେ ପ୍ରଥମ କରି ଏହି ଅସ୍ତ୍ରୋପଚାର କରିଥିଲେ ବୋଲି କହିଥିଲେ। ନିଜର ପ୍ରଥମ ଲାପାରୋସ୍କୋପିକ୍ ରାଡିକାଲ୍ ହିଷ୍ଟେରେକ୍ଟୋମି ପ୍ରକ୍ରିୟା ସମ୍ପର୍କରେ ଅନୁଭୂତି ବଖାଣି ଡାକ୍ତର ପୁନ୍‌ଟାମ୍‌ବେକର କହିଥିଲେ ଯେ ତାଙ୍କର ବିଶେଷ ପରିଚୟ ନ ଥାଇ ମଧ୍ୟ ସେ ଚିକିତ୍ସା କରୁଥିବା ରୋଗୀଙ୍କର ତାଙ୍କ ଉପରେ ଅତୁଟ ବିଶ୍ୱାସ ଥିବାରୁ ସେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ କରିପାରିଥିଲେ। ୨୦୦୮ ମସିହାରେ ଏହି ନୂତନ ପ୍ରକ୍ରିୟାକୁ ନେଇ ସେ ଗୋଟିଏ ସନ୍ଦର୍ଭ ଲେଖିଥିଲେ। ଏହା ପରେ ତାଙ୍କୁ ଏହି ପ୍ରକ୍ରିୟାଟି ନିଜ ନାମରେ ନାମିତ କରିବାକୁ କୁହାଯାଇଥିଲା। ତେବେ ଏଭଳି କଲେ ଯେଉଁମାନେ ତାଙ୍କୁ ଏହି ପ୍ରୟୋଗରେ ସାହାଯ୍ୟ କରିଥିଲେ ତାଙ୍କ ପ୍ରତି ଅନ୍ୟାୟ ହେବ ବୋଲି ଚିନ୍ତାକରି ସେ ଏହି ପ୍ରକ୍ରିୟାର ନାମ ‘ପୁନେ ଟେକ୍ନିକ୍‌’ ଦେବା ନିମନ୍ତେ ନିଷ୍ପତି ନେଇଥିଲେ।

ପୁନେ ସ୍ଥିତ ଗ୍ୟାଲେକ୍ସି କେୟାର ହସ୍ପିଟାଲ୍‌ର ପ୍ରତିଷ୍ଠାତା ଡକ୍ଟର ପୁନ୍‌ଟାମ୍‌ ବେକର କହିଛନ୍ତି ଭାରତରେ ସମସ୍ତ ପ୍ରକାର କର୍କଟ ରୋଗର ୨୦ ପ୍ରତିଶତ ହେଉଛି ଜରାୟୁ କର୍କଟ। ତେଣୁ ଏହି ନୂତନ ପ୍ରକ୍ରିୟା ରୋଗୀଙ୍କ କ୍ଷେତ୍ରରେ ବେଶ ଉପକାରୀ ହୋଇପାରୁଛି ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ମନୀଷା ସାହୁ, ପ୍ରଫେସର (ଡାକ୍ତର) ବସନ୍ତ କୁମାର ପତି ଏବଂ ଫୁଲନଖରା ସ୍ଥିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ସ୍ତ୍ରୀ ଓ ପ୍ରସୂତି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ତାପସୀ ପତି ଉପସ୍ଥିତ ଥିଲେ।

Leave A Reply

Your email address will not be published.