ପ୍ରମୁଖ ଖବର

ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ବିଜେପିର ନୂଆ ଜାତୀୟ ସାଂଗଠନିକ ଟିମ୍ ଘୋଷଣା, ଉତ୍ତରପୂର୍ବ ରାଜ୍ୟର ସଂଯୋଜକ ହେଲେ ସମ୍ବିତ ପାତ୍ର
ଏୟାର ଇଣ୍ଡିଆର ଦୁଇ ପାଇଲଟ୍‌ ଡ୍ରଗ୍‌ ଟେଷ୍ଟରେ ପଜିଟିଭ୍‌
ତାମିଲନାଡୁର ଚାଷୀଙ୍କ ପାଇଁ ବଡ଼ ଘୋଷଣା, ୭୫ ହଜାର ପର୍ଯ୍ୟନ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼
ତାରାପୀଠ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ, ୫ ମୃତ; ୫ ଆହତ
ଅଶୋକ ଧାମ ମନ୍ଦିରରେ ଦଳାଚକଟା, ୭ ଭକ୍ତଙ୍କ ମୃତ୍ୟୁ; ୧୨ ଆହତ
ଏଲପିଜି ଇ-କେୱାଇସିର ଶେଷ ତାରିଖ ବଢ଼ିଲା, ଅଗଷ୍ଟ ୨୩ ପର୍ଯ୍ୟନ୍ତ ସୁଯୋଗ

ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର

0

ବେଲପାହାଡ଼: ନବ ଦାସଙ୍କ ରୋଷେୟା ମୃତ୍ୟୁ ମାମଲାର ସାକ୍ଷୀ ଦୁର୍ଘଟଣାରେ ଗୁରୁତର। ସାକ୍ଷୀ ମନୁ ପ୍ରସାଦ ଦୁର୍ଘଟଣାରେ ଗୁରୁତର। ଗୁରୁତର ଅବସ୍ଥାରେ ମନୁକୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ନା ହତ୍ୟା ଷଡଯନ୍ତ୍ର ସେ ନେଇ ଚର୍ଚ୍ଚା ବଢିଛି।
ସୂଚନା ଅନୁସାରେ, ବେଲପାହାଡ଼ ପୌର ପରିଷଦ ପାଖରେ ଆଜି ସକାଳେ ଦୁର୍ଘଟଣାର ଶିକାର ହୋଇଥିଲେ ମନୁ ପ୍ରସାଦ। ବାଇକ୍‌ରେ ଯିବା ବେଳେ ଏକ ବୋଲେରୋ ସହ ମୁହାଁମୁହିଁ ଧକ୍କା ହୋଇଥିଲେ ମନୁ। ଗରୁତର ଅବସ୍ଥାରେ ମନୁକୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ କରିଛି। ତେବେ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ସେନେଇ ଏଯାବତ ସ୍ପଷ୍ଟ ହୋଇନି।

ଅନ୍ୟପଟେ ନବ ଦାସ ହତ୍ୟା ମାମଲାରେ ଏବେ ତନାଘନା କରୁଛି ସିବିଆଇ। ନବ ଦାସ ହତ୍ୟାକାଣ୍ଡ ଘଟଣାରେ ସରକାର ସାନି ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମ୍‌ବ୍ରାଞ୍ଚ ନବଙ୍କ ପରିବାର ଲୋକଙ୍କ ବୟାନ ରେକର୍ଡ କରିଥିଲା। ପରେ ହସ୍ପିଟାଲ୍‌, ବିମାନବନ୍ଦର, ଓ କ୍ରାଇମ୍‌ସ୍ପଟ୍‌କୁ ଯାଇ ପଚରାଉଚରା କରିବା ସହ ତଦନ୍ତ ଆଗକୁ ବଢାଇଛି। ସାନି ତଦନ୍ତ ଆରମ୍ଭ ପରେ ମୋଟ ୧୨ ଜଣଙ୍କ ବୟାନ ରେକର୍ଡ କଲାଣି କ୍ରାଇମ୍‌ବ୍ରାଞ୍ଚ। ଆଉ ଏହାରି ଭିତରେ ସାକ୍ଷୀ ମନୁ ପ୍ରସାଦର ଦୁର୍ଘଟଣା ମାମଲାକୁ ଅନ୍ୟ ଦିଗକୁ ନେବାର ଆଶଙ୍କା କରାଯାଉଛି। ତେବେ ଏହା ବସ୍ତବରେ ସାଧାରଣ ଦୁର୍ଘଟଣା ନା ଆଉ କିଛି ସେ ନେଇ ଆଶଙ୍କା ପ୍ରକାଶ ପାଇଥିବା ବେଳେ ଏହା ଏକ ଷଡଯନ୍ତ୍ର ବୋଲି ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.