ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଭିଆର୍‌ଏସ୍‌ ନେଲେ ସୁଜାତା କାର୍ତ୍ତିକେୟନ୍‌

0

ଭୁବନେଶ୍ବର: ଚାକିରିରୁ ସ୍ବେଚ୍ଛାକୃତ ଅବସର ନେଇଛନ୍ତି ସୁଜାତା କାର୍ତ୍ତିକେୟନ। ଆଇଏଏସ୍ ସୁଜାତା କାର୍ତ୍ତିକେୟନ୍ ଭିଆରଏସ୍ ପାଇଁ ଆବେଦନ କରିଥିବା ସୂଚନା ମିଳିଛି। ୧୫ ଦିନ ତଳେ ସେ କେନ୍ଦ୍ର ନିକଟରେ ଭିଆରଏସ୍ ପାଇଁ ଆବେଦନ କରିଥିଲେ। ସୁଜାତା କାର୍ତ୍ତିକେୟନ୍‌ଙ୍କ ଆବେଦନକୁ କେନ୍ଦ୍ର ମଞ୍ଜୁର କରିଥିବା ସୂଚନା ମିଳିଛି।
ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ୨୦୦୦ବ୍ୟାଚର ଆଇଏଏସ ଅଧିକାରୀ। ଏବେ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିବା ଖବର ପରେ ଏବେ ତାଙ୍କର ଆଗାମୀ ଷ୍ଟେପ ଉପରେ ସମସ୍ତଙ୍କ ନଜର ରହିଛି। ସୁଜାତା ପ୍ରାୟ ଗୋଟେ ମାସ ତଳୁ ସ୍ୱେଚ୍ଛାକ୍ରୁତ ଅବସର ଲାଗି ଆବେଦନ କରିଥିଲେ। ହେଲେ ଏନେଇ ସରକାରୀସ୍ତରରେ ବାହାରକୁ ଖବର ପ୍ରକାଶ ପାଇ ନ ଥିଲା। ମାତ୍ର ଏବେ ତାଙ୍କ ଭିଆରସ ଆବେଦନ କେନ୍ଦ୍ର ଗ୍ରହଣ କରିଥିବା ନେଇ ବିଭାଗୀୟ ଚର୍ଚ୍ଚା ଜୋର ଧରିଛି।

ସୂଚନାଥାଉ କି, ସୁଜାତା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତତ୍କାଳୀନ ବ୍ୟକ୍ତିଗତ ସଚିବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ସ୍ତ୍ରୀ। ଦୀର୍ଘ ୬ମାସ ସେ ତାଙ୍କ ଝିଅର ୧୦ମ ପାଠପଢା ଲାଗି ଛୁଟିରେ ରହିବା ପରେ କିଛିଦିନ ତଳେ ସେ କାର୍ଯ୍ୟରେ ଯୋଗ ଦେଇଥିଲେ। ସେ ଆହୁରି ଅଧିକ ଦିନ ଛୁଟି ଆବେଦନ କରିଥିଲେ ମଧ୍ୟ ଭାଜପା ସରକାର ତାଙ୍କ ଆବେଦନକୁ ଖାରଜ କରିଥିଲେ। ଏହାପରେ ସେ ଅର୍ଥ ବିଭାଗ ସ୍ବତନ୍ତ୍ର ସଚିବ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

ପୂର୍ବରୁ ଭିଆର୍‌ଏସ୍‌ ନେଇ ଭିକେ ପାଣ୍ଡିଆନ୍ ମଧ୍ୟ ରାଜନୀତିକୁ ଆସିଥିଲେ। ବିଜେଡିର ପରାଜୟ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ ପାଣ୍ଡିଆନ୍। କିଛି ଦିନ ତଳେ ପାଣ୍ଡିଆନ୍ ଏକ ଅନ୍ତର୍ଜାତୀୟ ସଂସ୍ଥାରେ ଯୋଗଦେବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ ଭିଆର୍‌ଏସ୍‌ ନେବା ପରେ ସୁଜାତା ଏବଂ ପାଣ୍ଡିଆନ୍‌ ଙ୍କ ଆଭିମୁଖ୍ୟ କଣ ରହିବ , ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.