ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

କାରାଗାରରେ ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଦେଲେ ୨୨ ନକ୍ସଲ

0

ଛତିଶଗଡ଼: ଛତିଶଗଡ଼ ଅନ୍ତର୍ଗତ କାଙ୍କେର ଜିଲ୍ଲା କାରାଗାରରେ ବନ୍ଦୀ ଥିବା ୨୨ ଜଣ ନକ୍ସଲ କଏଦୀ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଉଛନ୍ତି। ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ନେଇ କଏଦୀମାନଙ୍କ ଉଦ୍ୟମ। ଗତ ତିନି ବର୍ଷ ଧରି ଛତିଶଗଡ଼ ଷ୍ଟେଟ୍ ଓପନ୍ ସ୍କୁଲ ପକ୍ଷରୁ କଏଦୀମାନଙ୍କୁ ଶିକ୍ଷାର ସଚେତନତା ବୃଦ୍ଧି ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।

କଏଦୀମାନେ ଭଲ ଭାବରେ ବୁଝି ସାରିଛନ୍ତି ଯେ, ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ହେଲେ ପ୍ରମୁଖ ମାଧ୍ୟମ ହେଉଛି ଶିକ୍ଷା ତେଣୁ ସେମାନେ ପାଠ ପଢି ପରୀକ୍ଷା ଦେଉଛନ୍ତି। ସେମାନଙ୍କୁ ମାଗଣାରେ ପୁସ୍ତକ ଯୋଗାଇ ଦିଆଯାଉଛି ଏବଂ ସେମାନେ ଭଲ ନମ୍ବର ରଖି ପାସ୍ କରୁଛନ୍ତି।

ପ୍ରତି ବର୍ଷ ଏହି ଉଦ୍ୟମ ଜିଲ୍ଲା ପ୍ରଶାସନ ଏବଂ ଜେଲ ପରିଚାଳନାର ଶିକ୍ଷକମାନଙ୍କ ଦ୍ୱାରା କରାଯାଉଛି। ବିଶେଷକରି ନକ୍ସଲ କଏଦୀମାନେ ଜଙ୍ଗଲରେ ଜୀବନ ବିତାଇଥାନ୍ତି ଏବଂ ଶିକ୍ଷା ସହିତ ସେମାନଙ୍କର ବହୁତ କମ୍ ସମ୍ପର୍କ ଥାଏ l ତେଣୁ ଜେଲକୁ ଆସିବା ପରେ ସେମାନଙ୍କୁ ଅତି କମରେ ସାକ୍ଷର କରିବା ପାଇଁ ପ୍ରୟାସ କରାଯାଉଛି।

Leave A Reply

Your email address will not be published.