ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ପୁରୀ: ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍‌ଆଇ ପକ୍ଷରୁ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଛି। ଏଏସ୍‌ଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି।

ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖାଲି ସେତିକି ନୁହଁ ଏଏସଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଜିବାରୁ ଏହି ଘଟଣାରେ ଏଏସଆଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି। ଶ୍ରୀମନ୍ଦିର ଭିତରେ ନାଳ ମରାମତି ହେଉଥିବା ବେଳେ ଏକ ବଡ଼ ପାଇପ ସାହାଯ୍ୟରେ ବର୍ଜ୍ୟଜଳକୁ ନିଷ୍କାସିତ କରିବା ପାଇଁ ଦକ୍ଷିଣ ଦ୍ୱାରରେ ସଂଯୋଗୀକରଣ କରାଯାଇଛି। ଶ୍ରୀମନ୍ଦିର ୱାର୍କସ ଡିପାର୍ଟମେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ନାଳ ମରାମତି ଜାରି ରହିଥିବା ବେଳେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହି ମଗରମୁଣ୍ଡଟି କୁ ଜାଣିଶୁଣି ଭଙ୍ଗାଯାଇଛି କି କାମ ବେଳେ ଭାଙ୍ଗିଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହି ଘଟଣାରେ, ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି, ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ୱ ମେଘନାଦ ପାଚେରୀରେ ଥିବା ଏକ ମଗରମୁଣ୍ଡ ଭଙ୍ଗାଯାଇଥିବା ନେଇ ଖବର ମିଳିଛି। ମେଘନାଦ ପାଚେରୀରେ ଏକ ପାଇପ୍‌ ଲାଇନ ନିଆଯାଇଛି। ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.