ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ମେଘନାଦ ପାଚେରୀରେ ମଗରମୁଣ୍ଡ ଭାଙ୍ଗିବା ଘଟଣାରେ ନିଆଯିବ କାର୍ଯ୍ୟାନୁଷ୍ଠାନ

0

ପୁରୀ: ମେଘନାଦ ପାଚେରିରେ ଥିବା ଏକ ମଗରମୁଣ୍ଡକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭାଙ୍ଗି ଦିଆଯାଇଛି। ଏହାକୁ ନେଇ ଭକ୍ତ ଓ ସେବାୟତ ଏପରି କି ଏଏସ୍‌ଆଇ ପକ୍ଷରୁ ମଧ୍ୟ କ୍ଷୋଭ ପ୍ରକାଶ କରାଯାଇଛି। ଏଏସ୍‌ଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିବା ଘଟଣାକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି।

ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ବ ମେଘନାଦ ପାଚେରୀରେ ନାଳ କାର୍ଯ୍ୟ ଶ୍ରୀମନ୍ଦିର ୱାର୍କସ୍‌ ଡିପାର୍ଟମେଣ୍ଟ କରୁଥିବା ବେଳେ ମଗରମୁଣ୍ଡ ଭାଙ୍ଗିଯାଇଥିବା ଜଣାପଡ଼ିଛି। ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଖାଲି ସେତିକି ନୁହଁ ଏଏସଆଇର ବିନା ଅନୁମତିରେ ଐତିହ୍ୟ କୀର୍ତ୍ତିରାଜି ଭଙ୍ଗାଜିବାରୁ ଏହି ଘଟଣାରେ ଏଏସଆଇ ମଧ୍ୟ କ୍ଷୋଭ ପ୍ରକାଶ କରିଛି। ଶ୍ରୀମନ୍ଦିର ଭିତରେ ନାଳ ମରାମତି ହେଉଥିବା ବେଳେ ଏକ ବଡ଼ ପାଇପ ସାହାଯ୍ୟରେ ବର୍ଜ୍ୟଜଳକୁ ନିଷ୍କାସିତ କରିବା ପାଇଁ ଦକ୍ଷିଣ ଦ୍ୱାରରେ ସଂଯୋଗୀକରଣ କରାଯାଇଛି। ଶ୍ରୀମନ୍ଦିର ୱାର୍କସ ଡିପାର୍ଟମେଣ୍ଟ ପକ୍ଷରୁ ଶ୍ରୀମନ୍ଦିର ନାଳ ମରାମତି ଜାରି ରହିଥିବା ବେଳେ ଐତିହ୍ୟ କୀର୍ତ୍ତିରାଜି ଭାଙ୍ଗିଯିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ତେବେ ଏହି ମଗରମୁଣ୍ଡଟି କୁ ଜାଣିଶୁଣି ଭଙ୍ଗାଯାଇଛି କି କାମ ବେଳେ ଭାଙ୍ଗିଯାଇଛି ତାହା ସ୍ପଷ୍ଟ କରାଯାଇ ନାହିଁ। ଶ୍ରୀମନ୍ଦିର ପ୍ରଶାସନର ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ଏହି ଘଟଣାରେ, ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଡି.ବି ଗଡନାୟକ କହିଛନ୍ତି, ଶ୍ରୀମନ୍ଦିର ଦକ୍ଷିଣପାର୍ଶ୍ୱ ମେଘନାଦ ପାଚେରୀରେ ଥିବା ଏକ ମଗରମୁଣ୍ଡ ଭଙ୍ଗାଯାଇଥିବା ନେଇ ଖବର ମିଳିଛି। ମେଘନାଦ ପାଚେରୀରେ ଏକ ପାଇପ୍‌ ଲାଇନ ନିଆଯାଇଛି। ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave A Reply

Your email address will not be published.