ପ୍ରମୁଖ ଖବର

ଡିଜିପି ଚୟନ ମାମଲାରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ଜେଲ୍ ଡିଜିପି
ନେପାଳରେ ବନ୍ୟା ମୃତକଙ୍କ ପାଇଁ ଜାତୀୟ ଶୋକ, ୧୩୫୩ ମୃତଦେହ ଉଦ୍ଧାର
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
ଗୁଜରାଟ-ମହାରାଷ୍ଟ୍ର ଗସ୍ତରେ ମୋଦୀ, ଉଦ୍‌ଘାଟନ କରିବେ ବଡ଼ ପ୍ରକଳ୍ପ
୬ଟି ଆସନରେ ଉପନିର୍ବାଚନ: ଅକ୍ଟୋବର ୬ରେ ଭୋଟ, ୯ରେ ଗଣତି
ଏଲପିଜି ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି, ଏଣିକି ୨୫ ଦିନରେ ବୁକ୍ ହେବ ସିଲିଣ୍ଡର
ତୀର୍ଥଯାତ୍ରୀଙ୍କ ଟ୍ରକ୍ ଓଲଟି ୧୨ ମୃତ, ୨୨ ଆହତ
ଦଶମ-ଦ୍ୱାଦଶ ପାଇଁ ଗୋଟିଏ ବୋର୍ଡ, ବଦଳିବ BSE-CHSE ବ୍ୟବସ୍ଥା

ଶ୍ରୀଲଙ୍କାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

0

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଶନିବାର ତାଙ୍କୁ ଶ୍ରୀଲଙ୍କା ପକ୍ଷରୁ ‘ମିତ୍ର ବିଭୂଷଣ’ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି।

ପ୍ରଥମ ଥର ପାଇଁ ଶ୍ରୀଲଙ୍କାରେ କୌଣସି ବିଦେଶୀ ନେତାଙ୍କୁ ଏହି ସମ୍ମାନରେ ସମ୍ନାନିତ କରାଯାଇଛି। ମୋଦି ଏହି ସମ୍ମାନର ଯୋଗ୍ୟ ବୋଲି କହିଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି। ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ପ୍ରତିରକ୍ଷା ସହ ଅନେକ ଗୁରୁତ୍ବପୂର୍ଣ୍ଣ ଚୁକ୍ତିନାମା ଉପରେ ଆଲୋଚନା ହୋଇଥିଲା। ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ତଥା ଦୁଇ​ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ପ୍ରୋତ୍ସାହନ ଦେବା ଦିଗରେ ମୋଦୀଙ୍କ ଅସାଧାରଣ ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୌଣସି ବିଦେଶୀ ରାଷ୍ଟ୍ର ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରଯାଇଥିବା ଏହା ୨୨ତମ ଅନ୍ତର୍ଜାତୀୟ ସମ୍ମାନ।

ଦିସା ନାୟକେ କହିଛନ୍ତି, ”ଏହା ଘୋଷଣା କରି ମୋତେ ଖୁସି ଲାଗୁଛି ଯେ ଶ୍ରୀଲଙ୍କା ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦେଶୀ ନେତାଙ୍କୁ ପ୍ରଦାନ କରାଯିବାକୁ ଥିବା ଦେଶର ସର୍ବୋଚ୍ଚ ସମ୍ମାନ ମିତ୍ରା ବିଭୂଷଣ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୨୦୦୮ରେ ଆରମ୍ଭ ହୋଇଥିବା ଏହି ସମ୍ମାନଜନକ ସମ୍ମାନ ଅନ୍ୟ ଦେଶର ସରକାରଙ୍କ ମୁଖ୍ୟମାନଙ୍କୁ ସେମାନଙ୍କ ବନ୍ଧୁତା ପାଇଁ ପ୍ରଦାନ କରାଯାଇଥାଏ ଏବଂ ପ୍ରଧାନମନ୍ତ୍ରୀ ମୋଦି ଏହି ସମ୍ମାନର ଯୋଗ୍ୟ। ”

ପ୍ରଧାନମନ୍ତ୍ରୀ କଲୋମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେଙ୍କ ସହିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ରାଷ୍ଟ୍ରପତି ଦିସାନାୟକେଙ୍କ ଦ୍ବାରା ଶ୍ରୀଲଙ୍କା ମିତ୍ର ବିଭୂଷଣରେ ସମ୍ମାନିତ ହେବା ତାଙ୍କ ପାଇଁ ଗୌରବର ବିଷୟ। ଏହି ସମ୍ମାନ କେବଳ ମୋର ସମ୍ମାନ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଏହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ମିତ୍ରତାର ସମ୍ମାନ। ଭାରତ ପାଇଁ ଏହା ଗର୍ବର ବିଷୟ ଯେ ଆମେ ଏକ ସଚ୍ଚୋଟ ପଡ଼ୋଶୀ ମିତ୍ର ରୂପେ ନିଜର କାର୍ଯ୍ୟ ନିର୍ବାହ କରିଛୁ। ୨୦୧୯ ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କୋଭିଡ ମହାମାରୀ ହେଉ ଅଥବା ନିକଟରେ ଆସିଥିବା ଆର୍ଥିକ ସଙ୍କଟ, ଭାରତ ସମସ୍ତ କଠିନ ପରିସ୍ଥିତିରେ ଶ୍ରୀଲଙ୍କାବାସୀଙ୍କ ସହିତ ଛିଡ଼ା ହୋଇଛି।

Leave A Reply

Your email address will not be published.